April 30, 2026

ମର୍ନିଙ୍ଗ ୱାରିୟାର୍ସ କ୍ରିକେଟ ପକ୍ଷରୁ ଦ୍ଵିତୀୟ ଶ୍ରୀକ୍ଷେତ୍ର କପ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି …

mklp
Share


ଆଜି ପୁରୀ ତାଳବଣିଆ ଠାରେ ମର୍ଣ୍ଣିଙ୍ଗ ୱାରୀୟାର୍ସ କ୍ରିକେଟ ପକ୍ଷରୁ ଦ୍ଵିତୀୟ ଶ୍ରୀକ୍ଷେତ୍ର କପ ଏବଂ ରାଜା ଓ କୁନୁ ମେମୋରିଆଲ ଟେନିସ ବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଅଧକ୍ଷ ଭାଗୁ ପ୍ରଧାନଙ୍କ ଅଧକ୍ଷତାରେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ପୁରୀଜିଲ୍ଲା ବିଜୁ ଜନତା ଦଳ ସଭାପତି ଦିବାକର ପାତ୍ର, ପୁରୀଜିଲ୍ଲା କ୍ରୀଡା ସମ୍ପାଦକ ରବିନାରାୟଣ ପ୍ରତିହାରୀ, ପୂର୍ବତନ କାଉଁସିଲର ଗୌରହରି ପ୍ରଧାନ ଙ୍କ ସହିତ ବିଶିଷ୍ଟ ଅତିଥି ମାନେ ଯୋଗଦେଇ ଏହି କ୍ରିକେଟ ଟୁର୍ନାମେଣ୍ଟ କୁ ଉଦଘାଟନ କରିଥିଲେ l ଏହି ଜିଲ୍ଲା ସ୍ତରୀୟ ଟୁର୍ନାମେଣ୍ଟ ସାତଦିନ ଧରି ଚାଲିବ l ଆଜିର ଉଦ୍ଘାଟନୀ ମ୍ୟାଚରେ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)

You may have missed