April 30, 2026

ଉମରକୋଟ କଂଗ୍ରେସ ବିଧାୟକ ପର୍ଥି ସନରାଜ ଗଣ୍ଡ ଙ୍କ ବିଶାଳ ରେଲୀ……….

njll
Share

 

ଉମରକୋଟ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାର୍ଥି ସନରାଜ ଗଣ୍ଡ ଓ ନବରଙ୍ଗପୁର ସାଂସଦ ପାର୍ଥି ଭୁଜବଳ ମାଝୀ, ଝରୀଗାଁ ବିଧାୟକ ପାର୍ଥୀନୀ ହାରାବତୀ ଗଣ୍ଡ ଉମରକୋଟ ର ଅଧିଷ୍ଟ୍ରତ୍ରୀ ଦେବି ମା ପେଣ୍ଡରାଣୀ ଙ୍କ ଠାରେ ପୂଜା ଅର୍ଚନା କରି ଆଶିଷ ନେଇ ପ୍ରଚାର ଆରମ୍ଭ କରିଛନ୍ତି। ପେଣ୍ଡରାଣୀ ମନ୍ଦିର ଠାରୁ ଏକ ବିରାଟ ବାଇକ ରାଲିରେ ବାହାରି ଉମରକୋଟ ସହର ପରିକ୍ରମା କରି ନିଜ ଶକ୍ତି ପଦର୍ଶନ କରିଛି କଂଗ୍ରେସ।ଶତାଧିକ କର୍ମୀଙ୍କୁ ନେଇ ବିଜୁଳି ବିଭାଗର ଅଧିକାରୀ ଙ୍କ ସହ ପାୱାର କାଟ କୁ ବିରୋଧ କରିବା ସହ ଜୋର ଜବରଦସ୍ତ ବିଜୁଳି ବକେୟା ଆଦାୟ କରାଯାଉଛି ତାକୁ ବନ୍ଦ କରାଯାଉ ବୋଲି କହିବା ସହ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ସତ୍ୱେ ଡିଜିଟାଲ ମିଟର କୁ ବିରୋଧ କରିଥିଲେ ସାଂସଦ ପାର୍ଥି ଓ ବିଧାୟକ ପାର୍ଥି। ପରେ ସ୍ଥାନୀୟ ଭାଲୁଗୁଡା ଠାରେ ଏକ ସାଧାରଣ ବୈଠକରେ ଯୋଗଦେଇ କର୍ମୀ ମାନଙ୍କ ସହ ଆଲୋଚନା କରିବା ସହ ଆଗାମୀ ସାଧାରଣ ନିର୍ବାଚନ ରେ କଂଗ୍ରେସ କିପରି ଲୋକଙ୍କ ବିଶ୍ୱାସ ଭାଜନ ହୋଇ ବହୁ ଭୋଟରେ ବିଜୟ ଲାଭ କରିବ ସେଥିପାଇଁ ଆଲୋଚନା କରାଯାଇଥିଲା।ଅନ୍ୟପଟେ ୨୪ବର୍ଷର ରାଜ୍ୟ ସରକାର ଓ ୧୦ ବର୍ଷର ଭଜପା ସରକାର ଲୋକଙ୍କୁ ଭୁଆଁ ବୁଲାଇ ଯୋଜନା ନାମରେ ହରିଲୁଟ କରୁଥିବା ପ୍ରକାଶ କରିଛନ୍ତି।ଆଗାମୀ ଦିନରେ କଂଗ୍ରେସ ସରକାର କଲେ ଲୋକଙ୍କ ସମସ୍ତ ସମସ୍ୟା ଦୂର କରିବ ବୋଲି କଂଗ୍ରେସ ବିଧାୟକ ପାର୍ଥୀ ସନ ରାଜ ଗଣ୍ଡ ପ୍ରକାଶ କରିଛନ୍ତି। ଭାଲୁଗୁଡା ଠାରେ କଂଗ୍ରେସ ପକ୍ଷରୁ କାର୍ଯ୍ୟ କାରିଣୀ ବୈଠକ ଆୟୋଜନ କରାଯାଇଛି।ଟାଣୁଆ ସଂଘଠକ ତଥା ନବରଙ୍ଗପୁର ସାଂସଦ ପାର୍ଥି ଭୁଜବଳ ମାଝୀ କାର୍ଯ୍ୟ କାରିଣୀ ବୈଠକରେ ଯୋଗଦେଇ କର୍ମୀଙ୍କ ମନବଳ ବଢାଇବା ସହ କର୍ମୀଙ୍କୁ ଗୁରୁମାନ୍ତ୍ର ଦେଇଛନ୍ତି।ଚଳିତ ସାଧାରଣ ନିର୍ବାଚନରେ ଭୋଟର ଙ୍କୁ ଆକୃଷ୍ଠ କରିବା ପାଇଁ ରଣ କୌଶଳ ଆରମ୍ଭ କରିଛି କଂଗ୍ରେସ ଆଜିର ଏହି କାର୍ଯ୍ୟକ୍ରମ ରେ ମୁନା ପାଢ଼ୀ,ଦ୍ୱାରିକା ମହାପାତ୍ର ,ଇସା ଲାଠିଆ,ଶଙ୍କର ଦେ ,ଟୁଲୁ ସାହୁ , ପର୍ଶୁ ନାୟକ , ଅମୁଲ୍ୟ ପଟନାୟକ , ଏସ ବିଜୟ, ରାଜେଶ ବେନିୟା, କୃଷ୍ଣ ମାଝୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ ଓ ବାବୁଲା ପଟନାୟକ ମଞ୍ଚ ପରିଚାଳନା କରିଥିଲେ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

You may have missed