November 23, 2024
Share

➡️୧-ରାଜ୍ୟରେ ଗ୍ରୀଷ୍କ ଲହରି ଜାରି । ପ୍ରଚଣ୍ଡ ଖରାରେ ସିଝୁଛି ସାରା ଓଡ଼ିଶା। ଗତକାଲି ବୌଦ୍ଧ ଏବଂ ମାଲକାନଗିରି ୪୨ ଡିଗ୍ରୀ ଛୁଇଁବା ସହ ହେଲା ସବୁଠୁ ଉତ୍ତପ୍ତ ସହର l

➡️୨-ଭୋଟ ଗ୍ରହଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର l ଏଥିରେ ସମସ୍ତ ରାଜ୍ୟ ସରକାର କର୍ମଚାରୀ ଏବଂ ମାଜିଷ୍ଟ୍ରେଟ କୋର୍ଟ କର୍ମଚାରୀଙ୍କୁ ଏହି ଛୁଟି ମିଳିବ।

➡️୩-ଏଣିକି ସ୍କୁଲରେ କ୍ଲାସ ସମୟରେ ସକାଳ ୮ଟା ୩୦, ୧୦ଟା ଏବଂ ୧୧ଟାରେ ନିୟମିତ ବ୍ୟବଧାନରେ ୩ ଥର ବାଜିବ ଜଳ ବିରତି ଘଣ୍ଟି । ତାପମାତ୍ରା ବୃଦ୍ଧି ହେତୁ ନିର୍ଜଳୀକରଣ (ଡିହାଇଡ୍ରେସନ) ଜନିତ ସମସ୍ୟାକୁ ଦୂର କରିବାକୁ ବିଦ୍ୟାଳୟରେ ‘ଜଳ ବିରତି ଘଣ୍ଟି’ ଲାଗୁ କରିବାକୁ ହେଲା ନିର୍ଦେଶ l

➡️୪-ରୋଗୀଙ୍କ ପାଇଁ ମିଳିଲା ବଡ଼ ଆଶ୍ୱସ୍ତି, ୨୦୨୫ ମାର୍ଚ୍ଚ ଯାଏ ୭୮୨ ଅତିଆବଶ୍ୟକୀୟ ଔଷଧର ମୂଲ୍ୟରେ ହେବନି ବୃଦ୍ଧି l

➡️୫-ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଣିକି ଆସନ୍ତା ଏପ୍ରିଲ ୮ ତାରିଖ ଅର୍ଥାତ୍‌ ସୋମବାରଠାରୁ ସକାଳୁଆ ହେବ କୋର୍ଟ କାମ । ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧ଟା ପର୍ଯ୍ୟନ୍ତ ଜାରି ରହିବ।

➡️୬-ବିମାନରେ ଅଯୋଧ୍ୟା ଯିବାକୁ ଚିନ୍ତା କରୁଥିବା ଯାତ୍ରୀମାନଙ୍କ ପାଇଁ ଆସିଲା ଖୁସି ଖବର l ସ୍ପାଇସ୍ ଜେଟ୍ ଏୟାରଲାଇନ୍ସ ଖୁବ ଶୀଘ୍ର ହାଇଦ୍ରାବାଦ ଏବଂ ଅଯୋଧ୍ୟା ମଧ୍ୟରେ ଏକ ନୂତନ ବିମାନ ସେବା ଆରମ୍ଭ କରିବାକୁ ଯାଉଛି। ଏହି ବିମାନ ସପ୍ତାହରେ ତିନି ଦିନ ଚାଲିବ ।

➡️୭-ଦେଶର ପ୍ରଥମ ସ୍ବଦେଶୀ କାର୍‌ ଟି-ସେଲ ଥେରାପି ଲଞ୍ଚ୍‌ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ଏଣିକି କମ୍‌ ଖର୍ଚ୍ଚରେ ହେବ କ୍ୟାନସର ଚିକିତ୍ସା l

➡️୮-ପୃଥିବୀ ପୃଷ୍ଠର ୭୦୦ କିଲୋମିଟର ତଳେ ଲୁଚି ରହିଥିବା ପାଣିର ବିଶାଳ ମହାସାଗର ସନ୍ଧାନ କଲେ ବୈଜ୍ଞାନିକ l ଆମେରିକାର ଇଲିନୋଇସ୍ ରେ ନର୍ଥୱେଷ୍ଟର୍ଣ୍ଣ ୟୁନିଭର୍ସିଟିର ଗବେଷକମାନେ ଭୂ-ପୃଷ୍ଠ ତଳେ ପାଣିର ବିଶାଳ ଭଣ୍ଡାର ସନ୍ଧାନ କରିଛନ୍ତି।

➡️୯-ପ୍ରବଳ ଖରା ଯୋଗୁ ଅଂଶୁଘାତ ହେବାର ଭୟ ରହିଥିବା ନେଇ ମାର୍ଗଦର୍ଶିକା ଜାରି କଲା ଜନସ୍ୱାସ୍ଥ୍ୟ ବିଭାଗ ।ଏଣିକି ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ରହିବ ଅଂଶୁଘାତ ପାଇଁ ୬ଟି ସ୍ୱତନ୍ତ୍ର ବେଡ୍ । ସେହିଭଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨ଟି ଓ ପ୍ରାଥମିକ ସ୍ୱାସ୍ଥ୍ୟକେଦ୍ରରେ ଗୋଟିଏ ବେଡ୍ ରହିବ ।

➡️୧୦-ପାରାଦୀପ ନିକଟରେ ବ୍ଲାକରୋଜ ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଦାବି ସମ୍ପର୍କିତ ମାମଲାର ଶୁଣାଣି ଆସନ୍ତା ୧୬ ତାରିଖକୁ ଘୁଞ୍ଚିଲା l

➡️୧୧-ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ ଗାଡି ନିର୍ମାତା କମ୍ପାନୀ ଟେସଲା ଗିଗାଫ୍ୟାକ୍ଟ୍ରି ବର୍ଲିନରେ ଭାରତ ପାଇଁ ରାଇଟ-ହ୍ୟାଣ୍ଡ୍ ଡ୍ରାଇଭ୍ କାରର ପ୍ରଡକ୍ସନ କଲା ଆରମ୍ଭ l ବର୍ଷ ଶେଷ ସୁଦ୍ଧା ହେବ ବଜାର ପ୍ରବେଶ l

➡️୧୨-ପୁଣିଥରେ ବାଜି ମାରିଲା ଭାରତୀୟ ଏସ୍‌ୟୁଭି କାର୍। ଆର୍ଥିକ ବର୍ଷ ୨୦୨୪ରେ ଜାପାନ ଓ କୋରିଆନ୍ କାର୍ ପଛରେ ପକାଇ ଟାଟା ନେକ୍ସନ ଏସ୍‌ୟୁଭି ଲଗାତର ତୃତୀୟ ଥର ଭାବେ ଦେଶର ସର୍ବାଧିକ ବିକ୍ରି ହୋଇଥିବା ହେଲା କାର୍ l

➡️୧୩-ଚୀନ ଭାରତ ସୀମା ଭିତରେ ପଶିଲା ବେଳେ ପ୍ରଧାନମନ୍ତ୍ରୀ ଅଫିମ ଖାଇ ଶୋଇ ପଡ଼ିଥିଲେ କି ? ରାଜସ୍ଥାନ ଚିତ୍ତୋରଗଡ଼ରେ ଏକ ରାଲିକୁ ସମ୍ବୋଧନ କଲା ବେଳେ ଏଭଳି ସମାଲୋଚନା କଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ।

➡️୧୪-ବୋରୱେଲରୁ ଉଦ୍ଧାର ହେଲା ଶିଶୁ । କର୍ଣ୍ଣାଟକ ବିଜୟପୁରାରେ ଖେଳୁଥିବା ବେଳେ ଖସିପଡ଼ିଥିଲା, ୨୦ ଘଣ୍ଟାର ଅପରେସନ ପରେ ଉଦ୍ଧାର l

➡️୧୫-ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଏବଂ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ମୋ୍ଟ ୧୪ ଜଣ ରାଜ୍ୟସଭା ସଦସ୍ୟ ଭାବେ ନେଲେ ଶପଥ l ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଭାବେ ସୋନିଆ ଆଜି ଶପଥ ନେଇଥିବା ବେଳେ ଅଶ୍ବିନୀ ବୈଷ୍ଣବ ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ ଭାବେ ନେଲେ ଶପଥ ।

➡️୧୬-ଭୂମିକମ୍ପ ପରେ ତାଇୱାନରେ ଉଦ୍ଧାରକାର୍ଯ୍ୟ ଚାଲିଛି ଜୋରଦାର l ୧୦୦ରୁ ଅଧିକ ଅଟ୍ଟାଳିକା ଭୁଶୁଡି ପଡିଥିବାବେଳେ, ରାସ୍ତାରେ ବଡ ବଡ ଫାଟ ସୃଷ୍ଟି ହୋଇଛି । ଭୂମିକମ୍ପ ପାଇଁ ୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି ।

➡️୧୭-ନିର୍ବାଚନରେ ଶୋଚନୀୟ ପରାଜୟର ସାମନା କରିପାରେ ପିଏମ୍ ରିଷି ସୁନକଙ୍କ ପାର୍ଟି, ଏକ ସର୍ଭେରେ ହେଲା ଦାବି l

➡️୧୮-ଆଇପିଏଲ୍‌ର ୧୭ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ୩ ୱିକେଟ୍‌ରେ ଗୁଜରାଟ ଟାଇଟନ୍ସକୁ ହରାଇଲା l ଗିଲ୍‌ଙ୍କ ଅର୍ଦ୍ଧଶତକ ହେଲା ବେକାର, ଗୁଜରାଟ ହାତରୁ ମ୍ୟାଚ୍ ଛଡ଼ାଇ ନେଲେ ଶଶାଙ୍କ ସିଂହ l

➡️୧୯-ଆଇପିଏଲ୍ ୨୦୨୪ ଭାଙ୍ଗିଲା ଭ୍ୟୁଅରସିପ୍‌ର ପୁରୁଣା ରେକର୍ଡ, ପ୍ରଥମ ୧୦ଟି ମ୍ୟାଚ୍‌କୁ ଦେଖିଲେ ୩୫ କୋଟି ଲୋକ l

➡️୨୦-ମାର୍ଚ୍ଚ ୨୦୨୪ ପାଇଁ ଆଇସିସି ପୁରୁଷ ପ୍ଲେୟାର ଅଫ ମନ୍ଥ ପାଇଁ ସର୍ଟଲିଷ୍ଟରେ ଶ୍ରୀଲଙ୍କା ଅଲରାଉଣ୍ଡରଙ୍କ ସହ ଆୟର୍ଲାଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡର ଦୁଇଜଣ ଦ୍ରୁତ ବୋଲର ହେଲେ ସାମିଲ । କୌଣସି ଭାରତୀୟ ଖେଳାଳି ଏଥିରେ ସ୍ଥାନ ପାଇ ନାହାଁନ୍ତି।