November 23, 2024

ଭାମଶିଆଳିରେ ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ…

Share


ବୁଗୁଡା : ବୁଗୁଡା ବ୍ଲକ ଅନ୍ତର୍ଗତ ଭାମଶିଆଳିରେ ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି । ଯାତ୍ରାର ପ୍ରଥମ ଦିନରେ ଦଣ୍ଡ ଉଠୁଥିବା କାଳୀ ମନ୍ଦିରରେ ପାରମ୍ପରିକ ରୀତିନୀତି ପ୍ରକାରେ ସମସ୍ତ କାର୍ଯ୍ୟ ପ୍ରାତଃକାଳରୁ ଆରମ୍ଭ ହୋଇଥଲା । ଗ୍ରାମରେ ଥିବା ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରିବା ପରେ ପଇତାପକା , ଅପରାହ୍ନରେ ଦାଣ୍ଡ ଭ୍ରମଣ , ଧୂଳି ଦଣ୍ଡ , ପାଣିଦଣ୍ଡ ଓ ସନ୍ଧ୍ୟା ସମୟରେ ଆଳତି ସହ ରାତିରେ ଦଣ୍ଡୁଆମାନଙ୍କ ଅନ୍ନ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ହୋଇଥିଲା । ଚଳିତ ବର୍ଷ ପାଟଭୋକ୍ତା ଭଗବାନ ଗୌଡ ଓ ପୂଜାରୀ ବାଦଲ ଗୌଡଙ୍କ ତତ୍ତ୍ବାବଧାନରେ ଭାମଶ୍ୟାଳି ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଛି । ଦଣ୍ଡଯାତ୍ରା କାଳରେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ବେଳେ ଆଖପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରି କୃପା ଭିକ୍ଷା କରିଥିଲେ । ଏ ବର୍ଷ ଭାମଶ୍ୟାଳି ଦଣ୍ଡଯାତ୍ରା କମିଟି ସଭାପତି ସୁନୀଲକୁମାର ପାଢି ଓ ପରିଚାଳକ ନାରାୟଣ ପୋଲେଇଙ୍କ ତତ୍ତ୍ବାବଧାନ ଏବଂ କାହ୍ନୁଚରଣ ପ୍ରଧାନଙ୍କ ନିର୍ଦ୍ଦେଶନାରେ ନାଟକ ” ଆସିଛି ଏକା ଯିବି ମୁଁ ଏକା ” ମଞ୍ଚସ୍ଥ ହୋଇଥିଲା । ଗ୍ରାମରେ ଅନୁଷ୍ଠିତ ଦଣ୍ଡଯାତ୍ରା ପରିଚାଳନାରେ ଗ୍ରାମବାସୀଙ୍କ ସହଯୋଗ ଦେଖବାକୁ ମିଳିଥିଲା ।