April 29, 2026

ବାମରା ବ୍ଲକ କେଛୁପାଣି ଗ୍ରାମରେ ମଙ୍ଗଳବାର ହୋଲି ଖେଳ କୁ କେନ୍ଦ୍ରକରି ଭୁଜାଲି ମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି…

azb
Share

                           ବାମରା ବ୍ଲକ କେଛୁପାଣି ଗ୍ରାମରେ ମଙ୍ଗଳବାର ହୋଲି ଖେଳ କୁ କେନ୍ଦ୍ରକରି ଭୁଜାଲି ମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି l ସୂଚନା ମୁତାବକ ଆଜି ଦିନ ପ୍ରାୟ ୩ ଟା ସମୟରେ ବାମରା ବ୍ଲକ ଅନ୍ତର୍ଗତ କେଛୁପାଣି ହରିଜନ ପଡ଼ାରେ ହୋଲି ଖେଳକୁ କେନ୍ଦ୍ରକରି ସେହି ଗ୍ରାମର ଚିନ୍ମୟ ହାତୀ ଓ ଦୀପକ ସୁନାନୀ ଙ୍କ ସହ ପ୍ରମୋଦ ମହାନନ୍ଦଙ୍କ ଗଣ୍ଡଗୋଳ ହୋଇଥିଲା l ଏଥିରୁ ଉକ୍ଷିପ୍ତ ହୋଇ ପ୍ରମୋଦ ବାଦପଡା ର ମେଘ ଛାତ୍ରୀୟା ଙ୍କୁ ଡାକିଥିଲେ l ହେଲେ ମେଘ ଏକ ଭୁଜାଲି ଆଣି ଚିନ୍ମୟଙ୍କୁ ଗାଳି ଗୁଲଜ କରିଥିବାବେଳେ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା l ଏଥିରୁ ରାଗିଯାଇ ମେଘ ଚିନ୍ମୟ ଙ୍କୁ ଭୁଜାଲି ମାରିଥିଲେ l ତାଙ୍କୁ ଅଟକାଇ ଯାଇଥିବା ଦୀପକ ସୁନାନୀଙ୍କ ପେଟରେ ମଧ୍ୟ ଭୁଜାଲି ଭୁସି ଦେଇଥିବା ଅଭିଯୋଗ ହୋଇଛି l ଅନ୍ୟପଟେ ଆହତ ଥିବା ଚିନ୍ମୟ ଓ ଦୀପକ ଙ୍କୁ ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଚିନ୍ମୟଙ୍କ ସ୍ୱାସ୍ଥ୍ୟ ସଙ୍କଟାପନ୍ନ ହୋଇଥିବା ବେଳେ ତାଙ୍କୁ ସୁନ୍ଦରଗଡ଼ ଡାକ୍ତରଖାନା କୁ ରେଫର କରାଯାଇଥିଲା l ହେଲେ ସନ୍ଧ୍ୟା ୬ଟା ସମୟରେ ଚିନ୍ମୟ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ସୂଚନା ରହିଛି l ଅନ୍ୟପଟେ ଆହତ ଥିବା ଦୀପକଙ୍କୁ ସୁନ୍ଦରଗଡ ଠୁ ରାଉରକେଲା କୁ ସ୍ଥାନାନ୍ତର କରାଯାଇଛି l ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବାଦପଡା ଗ୍ରାମର ମେଘ ଛାତ୍ରୀୟା ଫେରାର ରହିଥିବା ବେଳେ ଗୋବିନ୍ଦପୁର ପୁଲିସ ତଦନ୍ତ ଜାରି ରଖିଥିବା ସୂଚନା ରହିଛି l