November 22, 2024

ସମ୍ବଲପୁର ଜ଼ିଲ୍ଲାରେ ୯୪୮ଟି ମତଦାନ କେନ୍ଦ୍ର, ୮ଲକ୍ଷ ୧୩ ହଜାର ୪୨୦ ଭୋଟର…

Share

ସମ୍ବଲପୁର,: ସମ୍ବଲପୁର ଜିଲ୍ଲାରେ ଆସନ୍ତା ସାଧାରଣ ନିର୍ବାଚଣରେ ୮ ଲକ୍ଷ ୧୩ ହଜାର ୪୨୦ ମତଦାନ କରିବେ। ସମ୍ବଲପୁର ଜ଼ିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରବିବାର ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ୨୦୨୪ ସଂପର୍କୀତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଅଧ୍ଯକ୍ଷତା କରି ଜ଼ିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ନିର୍ବାଚନ ପ୍ରସ୍ତୁତି ସମ୍ପର୍କିତ ବିସ୍ତୃତ ସୂଚନା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପ୍ରଦାନ କରିଛନ୍ତି I ସୂଚନା ଅନୁଯାୟୀ ସମ୍ବଲପୁର ଜ଼ିଲ୍ଲାର ସମ୍ବଲପୁର, କୁଚିଣ୍ଡା, ରେଙ୍ଗାଲି ଏବଂ ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୮,୧୩, ୪୨୦ ଭୋଟରଙ୍କ ମଧ୍ୟରୁ ମହିଳା ଭୋଟର ୪,୦୯,୪୫୮, ପୁରୁଷ ଭୋଟର ୪, ୦୩, ୮୮୩ ଓ ତୃତୀୟ ଲିଙ୍ଗି ଭୋଟର ସଂଖ୍ୟା ୭୯ ରହିଛି I ନିର୍ବାଚନ ତିଥି ଘୋଷଣା ହେବା ପରେ ଶନିବାର ଠାରୁ ନିର୍ବାଚନ ଆଚରଣବିଧି ଲାଗୁ ହୋଇଛି I ସେଥି ପାଇଁ ଜ଼ିଲ୍ଲାରେ ରହିଥିବା ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ୪ ଟି ଲେଖାଏଁ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏବଂ ପ୍ରତ୍ୟେକ ବ୍ଲକ ଓ ମ୍ୟୁନିସିପାଲିଟି ପାଇଁ ଏମସିସିଏମ ଫୋର୍ସ ଟିମ୍ ଗଠନ କରାଯାଇଛି I ପ୍ରାର୍ଥୀଙ୍କ ପାଇଁ ବିଜ୍ଞାପ୍ତି ଜାରି ଏପ୍ରିଲ ୨୯ ତାରିଖ, ନାମାଙ୍କନ ପତ୍ର ଦାଖଲ ମେ ୬ ତାରିଖ, ଯାଞ୍ଚ ମେ ୭ ତାରିଖ, ପ୍ରାର୍ଥୀପତ୍ର ପ୍ରତ୍ୟାହାର ୯ ତାରିଖ, ମତଦାନ ମେ ୨୫ ତାରିଖ ଓ ଭୋଟ ଗଣତି ଜୁନ୍ ୪ ତାରିଖରେ କରାଯିବ I ଜ଼ିଲ୍ଲାରେ ୯୪୮ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ I ବୈଠକରେ ଏସ୍ ପି ମୁକେଶ କୁମାର ଭାମୁ, ପ୍ରୋବେସନର ଆଇଏଏସ୍ ଅଫିସର ସ୍ନେହା ଅରୁଗୁଳା, ଅତିରିକ୍ତ ଜ଼ିଲ୍ଲାପାଳ (ସାଧାରଣ) ସୁଚାରୁ କୁମାର ବଳ , ଅତିରିକ୍ତ ଜ଼ିଲ୍ଲାପାଳ (ରାଜସ୍ବ) ଅଜାମ୍ବର ମହାନ୍ତି , ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲ୍ଲୁ ଉପସ୍ଥିତ ଥିଲେ ।(ରାଜାରାମ ଷଡଙ୍ଗୀ)