April 25, 2026

ଘୁମୁସର ଉଦୟଗିରି ଶୌଣ୍ଡିକ ସମାଜର ସାମାଜିକ ବୈଠକ …

pok
Share

ଆଜି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ୍ ଅନ୍ତର୍ଗତ କଳିଙ୍ଗା ଗ୍ରାମରେ ଘୁମୁସର ଉଦୟଗିରି ଶୌଣ୍ଡିକ ସମାଜର ସାମାଜିକ ବୈଠକ ଅନୁଷ୍ଠିତ ହୋଇଥିଲା ।ଉକ୍ତ ସଭାରେ ପ୍ରାୟ ୨୦ ଖଣ୍ଡ ଗ୍ରାମର ଜନସାଧାରଣ ଯୋଗ ଦେଇଥିଲେ ।ସଭାପତି କଳାକ୍ରୁଷ୍ନ ସାହୁ ପ୍ରଦୀପ ପ୍ରୋଜଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।ଉକ୍ତ ସଭାରେ ସମ୍ପାଦକ ରାମ ସାହୁ, କୋଷାଧ୍ୟକ୍ଷ ରାଧାମୋହନ ସାହୁ, ସହ ପରିଚାଳକ ଅଶ୍ୱିନୀ ସାହୁ ଉପସ୍ଥିତ ଥିଲେ । ଉକ୍ତ ସଭାରେ ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା ଶୌଣ୍ଡିକ ସମାଜ ର ଅର୍ଥ ନୈତିକ ତଥା ଶିକ୍ଷା ବିକାଶ, ସମାଜ ପ୍ରତି ସହାନୁଭୂତି ତଥା ସମାଜର କଲ୍ୟାଣ ନିମନ୍ତେ ଭିତିଭୁମି ର ବିକାଶ କିଭଳି ଭାବରେ ହୋଇ ପାରିବ ତା ଉପରେ ଆଲୋଚନା କରିଛନ୍ତି । ତତ୍ ସହିତ ଶୌଣ୍ଡିକ ସମାଜର ଜାତିଗତ ପ୍ରମାଣ ପତ୍ର ରେ ଯେପରି ଅସୁବିଧା ନହୁଏ ସେଥିପାଇଁ ସମାଜ ସହ ଜଡ଼ିତ ହୋଇ ଆଗକୁ ଯିବା ପାଇଁ ସଭାପତି ଅନୁରୋଧ କରିଛନ୍ତି ।( ମୁକେଶ ପ୍ରଧାନ ରା.ଉଦୟଗିରି )

You may have missed