October 26, 2026

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ….

hj7
Share

ବୁଗୁଡ଼ା : ତା ୨୮/୦୨/୨୪ : ସ୍ନାନୀୟ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ଜାତୀୟ ବିଜ୍ଞାନଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା ସମିତି ସମ୍ପାଦକ ରମେଶ ଚନ୍ଦ୍ର ଆଲଟିଆ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ଅତିଥି ଭାବେ ଶିକ୍ଷାବିତ୍ ରଘୁନାଥ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ବୈଜ୍ଞାନିକ ମନୋବୃତ୍ତି ସମ୍ପନ୍ନ ବ୍ୟକ୍ତି ରୂପେ ନିଜକୁ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ । ଏଥି ସହ ଉକ୍ତ ଦିବସ ପାଳନର ତାତ୍ପର୍ଯ୍ୟ ସାଙ୍ଗକୁ ବିଜ୍ଞାନ କ୍ଷେତ୍ରରେ ବିଶ୍ବକୁ ଭାରତୀୟ ବୈଜ୍ଞାନିକଙ୍କ ଅବଦାନ ସମ୍ପର୍କେ ଆଲୋକପାତ କରିଥିଲେ । ଏ ଅବସରରେ ବିଜ୍ଞାନ ପ୍ରମୁଖ ଗୁରୁଜୀ ଜଗନ୍ନାଥ ରଥଙ୍କ ତତ୍ତ୍ବାବଧାନରେ ଗୁରୁଜୀ, ଗୁରୁମା ଏବଂ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ବିଜ୍ଞାନ ପରୀକ୍ଷଣ ପ୍ରଦର୍ଶିତ ହୋଇଥିଲା । ଗୁରୁମା ହରପ୍ରିୟା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଧାନାଚାର୍ଯ୍ୟ ଉତ୍ତମ କୁମାର ମହାରଣା ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଗୁରୁଜୀ ସଞ୍ଜୟ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

You may have missed