April 20, 2025

ନବରଙ୍ଗପୁର ଜିଲାର ଉମରକୋଟ ପୋୖରାଞ୍ଚଳ ଅଧିନ ଉପଖଣ୍ଡ ଚିକିତ୍ସାଳୟ କୁ ଆମ ହସ୍ପିଟାଲ ଯୋଜନା ଅଧୀନରେ ରୂପାନ୍ତରିତ କରାଯାଇଛି ଓ ଡାଇଲିସିସ ସେଣ୍ଟର ଟିକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଅଭାସି ମାଧ୍ୟମରେ ଉଦଘାଟନ କରିଛନ୍ତି…………

Share

ଏହି ସମାରୋହ ଉମରକୋଟ ସ୍ଥିତ ଡିଏନକେ ଖେଳ ପଡିଆ ଠାରେ ଆୟୋଜନ କରାଯାଇଥିଲା। ଏହି ସମାବେଶରେ ପ୍ରାୟ ୪୦୦୦ ଲୋକ ଯୋଗ ଦେଇଥିଲେ ଏବଂ ସମାରୋହ ରେ ନବରଙ୍ଗପୁର ଏମପି ରମେଶ ଚନ୍ଦ୍ର ମାଝୀ, ରାଜ୍ୟସଭା ଏମପି ମୁନା ଖାନ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ , ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ,ସ୍ୱତନ୍ତ୍ର ଉନ୍ନୟନ ଜିଲା ଅଧକ୍ଷ ଉପେନ୍ଦ୍ର ଗଣ୍ଡ, ଜିଲା ପରିଷଦ ଉପାଧକ୍ଷ ଲିପିକା ବାରୋଇ, ପୌର ଅଧକ୍ଷ ରାଧା ଭତ୍ରା, ଉଠା ଜଳ ସେଚନ ଉପଦେଷ୍ଟା ପ୍ରମୋଦ ପାଢ଼ୀ,ବ୍ଲକ ଅଧକ୍ଷ ସୁଶିଳା ମାଝୀ, ରାଇଘର ବ୍ଲକ ଅଧକ୍ଷ ନବିନା ନାୟକ,ପୂର୍ବତନ ବିଧାୟକ ସୁବାସ ଗଣ୍ଡ ପ୍ରମୁଖ ରହିଥିବା ବେଳେ ପ୍ରଶାସନିକ ଅଧିକାରୀ ଙ୍କ ମଧ୍ୟରେ ଜିଲାପାଳ ଡ଼.କମଳ ଲୋଚନ ମିଶ୍ର, ଉମରକୋଟ ବିଡ଼ିଓ ପ୍ରୀତିରଞ୍ଜନ ରଥ ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଚିକିତ୍ସାଳୟ ରୂପାନ୍ତରିତ ଫଳରେ ରୋଗୀ ସ୍ୱଚ୍ଛ ଓ ସୁନ୍ଦର ପରିବେଶ ପାଇପାରିବେ, ୧୪ଜଣ ଏମବିବି ଏସ ଡାକ୍ତର ଓ ଦୁଇଜଣ ସ୍ପେସିଆଲିଷ୍ଟ ଡାକ୍ତର ରହିଛନ୍ତି ତେଣୁ ରୋଗୀ ପୂର୍ବ ଠାରୁ ଭଲ ଚିକିତ୍ସା ପାଇ ପାରିବେ ଏବଂ ଉମରକୋଟ ଠାରେ ଡାଇଲିସିସ ସେଣ୍ଟର ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳର ପ୍ରାୟ ୨୭ ଜଣ ରୋଗୀ ଡାଇଲିସିସ କରିପାରିବେ ଓ ଜିଲାର ୫୭ ଜଣ ରୋଗୀ ରହିଛନ୍ତି ଆବଶ୍ୟକ ସ୍ଥଳେ ଏହି ରୋଗୀ ମାନେ ଏହାର ଲାଭ ଉଠାଇ ଚିକିଶ୍ଚିତ ହୋଇ ପାରିବେ ବୋଲି ଡାକ୍ତର ଶରତ ଚନ୍ଦ୍ର ସେଠି ସୂଚନା ଦେଇଛନ୍ତି ।ଏହି ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା ପରିଷଦ ସଦସ୍ୟ ଡାଲିମ୍ବ ଭତ୍ରା,ଚନ୍ଦନ ରାଏ,ଜାତୀନ୍ଦ୍ର ନାଥ ଗଣ୍ଡ, ବିକେବିକେ ଉପଦେଷ୍ଟା ସୁଖଦେଵ ଗଣ୍ଡ,ପ୍ରଣବ ଭୂୟାଁ, କାଉନସିଲର ତପନ ଦେବନାଥ, ଚିତରଞ୍ଜନ ପାତ୍ର, କୈଳାଶ ନାୟକ, ଭି ବୁଜି ରାଓ, ସଞ୍ଜୟ ଗୁପ୍ତା,ମନୋଜ ଧଳ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ମିଶନ ଶକ୍ତିର ମହିଳା ,ଅଙ୍ଗନବାଡିକର୍ମି, ଆଶାକର୍ମୀ ସମେତ ଅନେକ ମହିଳା ଉପସ୍ଥିତ ରହିଥିଲେ ଏବଂ ସ୍ୱାସ୍ଥ୍ୟ ବିଭାଗ ଓ ବ୍ଲକ କାର୍ଯ୍ୟାଳୟ,ପୂର୍ତ୍ତ ବିଭାଗ ର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ପରିଚାଳନା କରାଯାଇଛି।

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)