April 26, 2026

ଉମରକୋଟ ରେ ଷ୍ଟାଡିୟମ ଉଦଘାଟିତ…………

lg
Share

 

 

ଉମରକୋଟ – ଉମରକୋଟ ପୋୖରାଞ୍ଚଳ ଅଧିନ ଦାଢ଼ିଗୁଡା ଠାରେ ଥିବା ବିଜୁ ପଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଠାରେ କ୍ରୀଡା ଭିତ୍ତିଭୂମି ଉଦଘାଟନ ଓ ଶିଳାନ୍ୟାସ ସମାରୋହ ଆଜି ଅନୁଷ୍ଠିତ ହୋଇ ଯାଇଛି। ଅଭାସି ମ।ଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହ। କୁ ଲୋକାର୍ପଣ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଜିଲ୍ଲାପାଳ ଡକ୍ଟର କୋମଳ ଲୋଚନ ମିଶ୍ର, ଜିଲ୍ଲା ପରିଷଦ ଉପାଧକ୍ଷ ଲିପିକା ବାରଇ, ପୌର ଅଧକ୍ଷ। ରାଧା ଭତ୍ରା, ଉପାଧକ୍ଷ ସୁଧାଂଶୁ ଦାସ, ବ୍ଲକ ଅଧକ୍ଷ। ସୁଶୀଳା ମାଝୀ,,ଉଠା ଜଳ ସେଚନ ଉପଦେଷ୍ଟା ପ୍ରମୋଦ ପାଢ଼ୀ ଅତିରିକ୍ତ ଜିଲ୍ଲାପାଳ ନବିନ ନାୟକ ପ୍ରମୁଖ ଯୋଗ ଦେଇ ଥିଲେ। ଭୁବନେଶ୍ୱର ଠାରେ ମନ୍ତ୍ରୀ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା, ୫ ଟି ଅଧ୍ୟକ୍ଷ ଭି, କେ, ପାଣ୍ଡି ୟାନ କ୍ରିଡ଼ା ସଚିବ ଭିନିଲ କ୍ରିଷ୍ଣା, , ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ପ୍ରମୁଖ ଉଚ୍ଚ ପଦସ୍ତଅଧିକାରି ଉପସ୍ଥିତ ଥିଲେ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)