April 26, 2026

ରୋଗୀ ନ ଆସିବା ଆଗରୁ ଟାଇଲସ ଉଠିଲାହସ୍ପିଟାଲ୍ ର ନିମ୍ନ କାମକୁ ନେଇ ପୂର୍ତ୍ତ ବିଭାଗର ଅଧିକାରିଙ୍କ ଉପରେ ବର୍ଷିଲେ ଉଠା ଜଳସେଚନ ନିଗମର ଉପଦେଷ୍ଟା…………….

hod
Share

 

ଉମରକୋଟ – ରାଜ୍ୟ ସରକାରଙ୍କ ଉଠା ଜଳସେଚନ ନିଗମର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ ଉମରକୋଟ ମାତ୍ରୁ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଆମ ହସ୍ପିଟାଲ୍ ପରିଦର୍ଶନ ରେ ଆସିଥିଲେ। ଏହି ୨ଟି କେନ୍ଦ୍ରରେ ଚାଲିଥିବା ବିଭିନ୍ନ କାର୍ଯ୍ୟଗୁଡ଼ିକ ଅତ୍ୟନ୍ତ ନିମ୍ନ ମାନର ଦେଖି ଉପସ୍ଥିତ ଥିବା ପୂର୍ତ୍ତ ବିଭାଗର ଅଧିକାରି ଙ୍କ ଉପରେ ବର୍ଷିଥିଲେ। ଉଲ୍ଲେଖ ଯୋଗ୍ୟ ଏହିକି ଯେ ମାତୃ ଶିଶୁ ସ୍ଵାସ୍ଥ୍ୟ କେନ୍ଦ୍ର ରେ ୯ କୋଟି ୧୫ ଲକ୍ଷ ଟଙ୍କାର କାର୍ଯ୍ଯ ଚାଲିଥିବା ବେଳେ ଆମ ହସ୍ପିଟାଲ୍ ରେ ୨ କୋଟି ୯୦ ଲକ୍ଷ ଟଙ୍କାର କାର୍ଯ୍ୟ ପୂର୍ତ୍ତ ବିଭାଗ ଅଧିନରେ ଚାଲିଛି। ଟାଇଲସ ବାହାରି ପଡିବା, ନିମ୍ନ ମାନର କବାଟ, ରଙ୍ଗ ମଧ୍ୟ ଠିକ ମରା ଯାଇନଥିବା ଓ ବହୁ କିଛି ନିମ୍ନ ମାନର କାର୍ଯ୍ୟ ଦେଖି ପ୍ରମୋଦ କୁମାର ପାଢ଼ୀ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଙ୍କ ଉପରେ ପ୍ରବଳ ବର୍ଷୀ ଥିଲେ। ତେବେ ୭ ଦିନ ମଧ୍ୟରେ ଏହି ସବୁ କାର୍ଯ୍ୟ ଠିକ କରି ଦିଆ ଯିବ ବୋଲି ଉପସ୍ଥିତ ଅଧିକାରୀ ମାନେ ପ୍ରତିଶ୍ରୁତି ଦେଇ ଥିଲେ। ତେବେ ହସ୍ପିଟାଲ୍ କୁ ରୋଗୀ ନ ଆସିବା ପୂର୍ବରୁ ଟାଇଲସ ଉଠିବା ଘଟଣା ପୂର୍ତ୍ତ ବିଭାଗର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ବାଚି ସୃଷ୍ଟି କରୁଛି। ସଂପୂଣ୍ଣ କାର୍ଯ୍ୟ କୁ ବିଭାଗୀୟ ଅଧିକାରୀ ମାନେ ଠିକାଦାର ଉପରେ ଛାଡି ଦେବା ଓ କାର୍ଯ୍ୟ ଚାଲିବା ବେଳେ ଯନ୍ତ୍ରୀ ମାନେ କାର୍ଯ୍ୟ କୁ ତଦାରଖ ନ କରିବା ଯୋଗୁ ନିମ୍ନମାନ ର କାର୍ଯ୍ୟ ହୋଇଛି ବୋଲି ସାଧାରଣ ରେ ଅଭିଯୋଗ ହେଉଛି। ଉଠା ଜଳସେଚନ ନିଗମର ଉପଦେଷ୍ଟା ଙ୍କ ସହ ପୌର ପରିଷଦ ର ଉପାଧ୍ୟକ୍ଷ ସୁଧାଂଶୁ ଦାସ ଓ କାଉନସିଲର ମୋନୋଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)