October 26, 2026

ଦୁରୁଆ ଆଦିବାସୀ ମହିଳା ମହାସଂଘ ର ବୈଠକ…

gendu
Share

 


କୋରାପୁଟ ଜ଼ିଲ୍ଲା କୁନ୍ଦ୍ରା ବ୍ଲକର ବାଗଦେରି ପଞ୍ଚାୟତ ବୁଦା ଗୁଡା ଗ୍ରାମରେ ଦୁରୁଆ ଅଦବାସୀ ମହିଳା ମହାସଂଘ ପକ୍ଷ ରୁ ଏକ ବନ୍ଧୁ ମିଳନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି ସମାଜର ପରାମର୍ଶ ଦାତା ଶ୍ରୀ ଚନ୍ଦ୍ର ସଗରିଆ ଙ୍କ ସଭା ପତିତ୍ୱ ରେ ଆୟଜିତ କାର୍ଯ୍ୟ କ୍ରମରେ କୋରାପୁଟ ଜ଼ିଲ୍ଲା ଭତରା ବିକାଶ ପରିଷଦ ସଭା ପତି ଶ୍ରୀ ନୀଳକଣ୍ଠ ପୂଜାରୀ କୋଟପାଡ଼ ବ୍ଲକ ଛତ୍ତର୍ଲା ବିଛନ୍ନାଅଂଚଳ ର ସମାଜ ସେବୀ ଶ୍ରୀ ରଞ୍ଜିତ ପଟ୍ଟନାୟକ ପୂର୍ବତନ କାଉନ ସିଲର ନରେନ୍ଦ୍ର ମାଝୀ ଙ୍କ ସମେତ କେରମିଟି. ସିନ୍ଧି ଭାଟା ଗୁଡା. ବାଗଦେରି. କେରମିଟି. ଫୋଟକିକୁମୀ. ବାକଟି ଗୁଡା. ନୂଆଗୁଡା. ଲାକଟି ଗୁଡା. କାନା ଗୁଡା. ଡାଙ୍ଗରା ପାଲି. ସମେତ କୁନ୍ଦ୍ରା ଓ କୋଟପାଡ଼ ବ୍ଲକର ବହୁ ଦୁରୁଆ ସମାଜର ମହିଳା ଓ ପୁରୁଷ ଯୋଗ ଦେଇ ଥିଲେ ସଂଘର ସମ୍ପାଦିକା ଶ୍ରୀମତୀ କାବେରୀ ଦୁରୁଆ ଏବଂ ଉପଦେଷ୍ଟା ଶ୍ରୀ ଶଗରିଆ ଦୀର୍ଘ ବର୍ଷଧରି ଦୁରୁଆ ଙ୍କୁ ଅଦବାସୀ ମାନ୍ୟତା ପ୍ରଦାନ କରିବା ପାଇଁ ଯେଉଁ ଭଳି ସଂଘର୍ଷ କରିବାକୁ ହେଲା ସେ ନେଇ ପ୍ରକାଶ କରିଥିଲେ ଏହି ଅବସର ରେ ସରକାର ଙ୍କୁ କୃତଜ୍ଞତା ଜ୍ଞାପନ ସଂଘ ପକ୍ଷରୁ ଜଣା ଯାଇଥିଲା I ରାଜ୍ୟ ପାଳଙ୍କ ଅବଦାନ ମଧ୍ୟ ଅତୁଳନୀୟ ବୋଲି ସଭାପତି ଶ୍ରୀମତୀ ଚନ୍ଦ୍ରାବତୀ ଦୁରୁଆ କହି ଥିଲେ ବନ୍ଧୁ ଦୁରୁଆ ସଭା ସାଙ୍ଗ କରି ଥିଲେ Iକୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I

You may have missed