ଗଂଜାମରେ ସ୍ୱତ୍ୱଧାରୀ ଚାଷୀଙ୍କୁ ସ୍ଥିତିବାନ ପଟ୍ଟା ପ୍ରଦାନ..
ଛତ୍ରପୁର,ଗଂଜାମ ଜିଲାସ୍ତରୀୟ ପଟ୍ଟା ପ୍ରଦାନ ସମାରୋହ ଛତ୍ରପୁରସ୍ଥିତ ଖେଳପଡିଆ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ସିକିମ୍ ସ୍ୱତ୍ୱଧାରୀ ଚାଷୀମାନଙ୍କୁ ସ୍ଥିତିବାନ ପଟ୍ଟା ପ୍ରଦାନ ଓଡିଶା ଭୂସଂସ୍କାର ଆଇନ୍ ୧୯୬୦ ର ଆବଶ୍ୟକୀୟ ସଂଶୋଧନ କରାଯାଇଛି । ଏହାଫଳରେ ସିକିମ୍ ସ୍ୱତାଧିକାରୀ ଚାଷୀଙ୍କୁ ସ୍ଥିତିବାନ ପଟ୍ଟା ପ୍ରଦାନର ଶୁଭାରମ୍ଭ ହୋଇଛି । ସିକିମ୍ ଚାଷୀମାନେ ତାଙ୍କ ଦଖଲରେ ଥିବା ଜମି ଉପରେ ସ୍ଥାୟୀ, ବଂଶାନୁକ୍ରମିକ ଓ ହସ୍ତାନ୍ତରୀ ଯୋଗ୍ୟ ଅଧିକାର ପାଇବେ ବୋଲି ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଦକ୍ଷିଣାଂଚଳ ଆରଡିସି, ଗଂଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲିକୋଟ ବିଧାୟକ ସୂର୍ଯ୍ୟମଣି ବୈଦ୍ୟ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଗଂଜାମ ଜିଲାରେ ୭୧୦ ଜଣଙ୍କୁ ଏହି ପଟ୍ଟା ପ୍ରଦାନ କରାଯାଇଛି । ଗଂଜାମ ତହସିଲର ୧୩ ଜଣ, ଖଲିକୋଟ ତହସିଲର ୨ ଜଣ, ହିଂଜିଳି ତହସିଲ ର ୪୮ ଜଣ, ପୁରୁଷୋତମୁପର ତହସିଲର ୧୬୬ ଜଣ, ଛତ୍ରପୁର ତହସିଲ ର ୧୦୫ ଜଣ, ବ୍ରହ୍ମପୁର ତହସିଲ ର ୩ଜଣ, କୁକୁଡାଖଣ୍ଡି ତହସିଲ ର ୨୨୦ ଜଣ, ଚିକଟି ତହସିଲ ର ୨୩ ଜଣ ଓ କନିଷି ତହସିଲର ୧୩୦ ଜଣଙ୍କୁ ଏହି ପଟ୍ଟା ମିଳିଛି ।( ଅରୁଣ କୁମାର ପଣ୍ଡା,ଛତ୍ରପୁର)