November 28, 2024

ଗଜପତି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଶସକ୍ତ ଓଡ଼ିଶା ଜନଜାତି ସଂସ୍କୃତି ବୈଠକ ….

Share


ଗଜପତି ଜିଲ୍ଲା ମୋହନା ବ୍ଲକରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ପଣ୍ଡପ ଠାରେ ସାଂସ୍କୃତିକ ଜନଜାତି ବିକଶିତ ପ୍ରଗତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ସହ ମୋହନା ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଲ୍ଲିକ, ସୁନିଲ ବିଷୋୟୀ ଙ୍କ ସମେତ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ବାଲେନ୍ତିନ ମାଝୀ, ରାମକୃଷ୍ଣ ଦଳାଇ, ବାଲ୍ମିନା ଶବର, ରାଜୀବ ମଲ୍ଲିକ, ସୁନୀତା ଦଳବେହେରା, ରାମ ଦଳବେହେରା, ହାଡ଼ିଆ କନ୍ଧ ପ୍ରମୁଖ ଙ୍କ ଉପସ୍ଥିତିରେ ବିଭାଗୀୟ ଅଧିକାରୀ ଆଲୋକ କୁମାର ସାହୁ ଙ୍କ ସମେତ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଜି. ରାଜେଶ ପ୍ରମୁଖ ଉପସ୍ଥିତ ରହି ସାଂସ୍କୃତିକ ସଭାରେ ଉପସ୍ଥିତ ଥିବା ଅତିଥି ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଏହି ବୈଠକରେ ଅଞ୍ଚଳର ଶତାଧିକ ଜନଜାତି ସମ୍ପ୍ରଦାୟ ଜନସାଧାରଣ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିବା ସହ ଓଡ଼ିଶାର ତିରିଶି ଜିଲ୍ଲାରେ ୬୨ପ୍ରକାର ଜନଜାତିଙ୍କ ଉନ୍ନୟନ ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟ କରୁଥିବା ଅଧିକାରୀ ମାନେ ପ୍ରକାଶ କରିଥିଲେ।