April 20, 2025

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଗଉଡ଼ିକେରା ଗ୍ରାମପଞ୍ଚାୟତ ରେ ଧୂମଧାମ ର ସହିତ ପାଳନ କରାଯାଇଛି ..

Share


ଆଜି ପୁରୀ ସଦର ଗଉଡ଼ିକେରା ଗ୍ରାମ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ କୁ ଧୂମଧାମ ର ସହିତ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ଗ୍ରାମପଞ୍ଚାୟତ ର ସରପଞ୍ଚ ରମେଶ ପ୍ରଧାନଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ପୁରୀ ସଦରବ୍ଲକ ଚେୟାରମ୍ୟାନ ଦିବାକର ପାତ୍ର ଯୋଗଦାନ କରି ପଞ୍ଚାୟତ ର ମିଶନ ଶକ୍ତି ଗୃହ, ଲାଇବ୍ରେରୀ ଗୃହ ଏବଂ ପଞ୍ଚାୟତ ଗୃହକୁ ଉଦଘାଟନ କରି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ l ଏହି କାର୍ଯ୍ୟକ୍ରମରେ ଦିବାକର ପାତ୍ରଙ୍କ ସହିତ ଭାଇଲିପୁର ଗ୍ରାମପଞ୍ଚାୟତ ର ସମିତିସଭ୍ୟ କର୍ତ୍ତବୀର୍ଯ୍ୟ ସ୍ୱାଇଁ, ଗୌଡ଼ିକେରା ବିଜୁ ଜନତା ଦଳର ସଭାପତି ସୁନୀଲ କୁମାର ପ୍ରଧାନ, ପି ଇ ଓ କେଶବ ଚନ୍ଦ୍ର ପ୍ରଧାନ, ଜେ ଇ ଅକ୍ଷୟ କୁମାର ପରିଡା, ଜେ ଇ ପ୍ରଜ୍ଞା ମ୍ୟାଡ଼ାମ ଓ ମିଶନ ଶକ୍ତିର ସଭାପତି, ସମ୍ପାଦିକା ଓ ସମସ୍ତ ସଦସ୍ୟଙ୍କ ସହିତ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ଅଙ୍ଗନବାଡି କର୍ମୀ ଯୋଗଦେଇ ନିଜନିଜର ଅଭିଭାଷଣ ରଖିଥିଲେ l ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ହଜାର ରୁ ଉର୍ଦ୍ଧ ମହିଳା ପୁରୁଷ, ଯୁବକ ଯୁବତୀ ଓ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଓଡିଶା ସରକାରଙ୍କ ଦ୍ୱାରା କିଭଳି ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି ଏହାର ବିସ୍ତୃତ ବିବରଣୀ ସଦର ବ୍ଲକ ଅଧକ୍ଷ ଦିବାକର ପାତ୍ର ପଞ୍ଚାୟତ ବାସୀଙ୍କୁ ଅବଗତ କରାଇଥିଲେ l ପରେପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)