April 25, 2026

ଅଲ ଇଣ୍ଡିଆ ଅଡିଟ ଏବଂ ଆକାଉଣ୍ଟ ଆସୋସିଏସନର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ ପୁରୀ ୟୁଥ ହଷ୍ଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି

jhygui
Share

                                                                                                                                ପୁରୀ ,ଅଲ ଇଣ୍ଡିଆ ଅଡିଟ ଏବଂ ଆକାଉଣ୍ଟ ଆସୋସିଏସନର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ ପୁରୀ ୟୁଥ ହଷ୍ଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ର ସରକାର ଅଧୀନରେ ଥିବା କର୍ମଚାରୀଙ୍କର ବିଭିନ୍ନ ସମସ୍ୟା ତଥା କରୋନା ସମୟରେ ୧୮ମାସର ମହଙ୍ଗାଭତ୍ତା ମିଳିପାରିନଥିଲା ସେହି ମହଙ୍ଗାଭତ୍ତା କିଭଳି ଭାବରେ ସରକାର କର୍ମଚାରୀଙ୍କୁ ପ୍ରଦାନ କରାଯିବ। ଏହାସହ ଦିନକୁ ଦିନ କର୍ମଚାରୀଙ୍କର ଅଭାବକୁ ଦେଖିବାକୁ ମିଳୁଛି। ଯେଉଁଭଳି ଭାବରେ ସରକାରଙ୍କର କାମ ବଢିଚାଲିଛି ସେ ସମୟରେ କର୍ମଚାରୀ ଙ୍କର ନିଯୁକ୍ତି ବଢିବାର ଆବଶ୍ୟକତା ରହିଛି।
ଏହି କାର୍ଯ୍ୟକ୍ରମରେ ଅଲ ଇଣ୍ଡିଆ ଅଡିଟ ଏବଂ ଆକାଉଣ୍ଟ ଆସୋସିଏସନର ସଭାପତି କେ ରମେଶଙ୍କ ସଭାପତିତ୍ୱ ରେ ମହାସଚିବ ତାପସ ବୋଷଙ୍କ ଉପସ୍ଥିତ ରେ କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିବ ଏଜି ଓଡିଶା ଆକାଉଣ୍ଟ ଆସୋସିଏସନ ଭୁବନେଶ୍ୱର ଓ ପୁରୀର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ଅଠର ବର୍ଷ ପରେ ଓଡିଶାରେ ଏହି କାର୍ଯ୍ୟକ୍ରମ କରାଯାଉଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି। ଆୟୋଜକ କମିଟିର ଅଧକ୍ଷ ପ୍ରଦୀପ୍ତ କୁମାର ପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟ ଅତିଥି ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲ ଏସ ମନନ୍ ମାନିନି କାର୍ଯ୍ୟକର୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ସହିତ ବୈଠକର ସଫଳତା କାମନା କରିଥିଲେ l କମିଟିର ମୁଖ୍ୟ ଆବାହକ ଅଶୋକ କୁମାର ପଟ୍ଟନାୟକ, ତାରାକାନ୍ତ ମହାପାତ୍ର, ଚିନ୍ମୟୀ ସାହୁ, ଅର୍ଜୁନ ଚରଣ ମାଝୀ , ରଞ୍ଜିତ କୁମାର, କାହ୍ନୁ ପାତ୍ର ପ୍ରମୁଖ ସଭା ପରିଚାଳନା କରିଥିଲେ l ପ୍ରଥମ ଦିନ ସଭା ଶେଷରେ କମିଟିର ସଂଯୋଜକ ଅଭିରାମ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l
ଏସ୍ ମନନ୍ ମାନି, ଉପମହାଲେଖାକାର ପ୍ରଦୀପ କୁମାର ପାତ୍ର, ଓଡିଶା ଆକାଉଣ୍ଟ ଆସୋସିଏସନ ସାଧାରଣ ସମ୍ପାଦକ।