ଗଜପତି:- ଆକାଂକ୍ଷା ବ୍ଲକ ଗୁମ୍ମା ଅନ୍ତର୍ଗତ ଝାମୀ ଗ୍ରାମରେ କିଶୋରୀ ମେଳା ଅବସର’ରେ ବିଭିନ୍ନ ସଚେତନତା ଓ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ …
ଗଜପତି ଜିଲ୍ଲା’ର ଆଦିବାସୀ ବହୁଳ ତଥା ଆକାଂକ୍ଷା ବ୍ଲକ୍ ଭାବେ ପରିଚିତ ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମୀ ଗ୍ରାମ ଠାରେ ଆଜି କିଶୋରୀ ମେଳା କାର୍ଯ୍ୟକ୍ରମ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗ ପକ୍ଷ’ରୁ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସର’ରେ କିଶୋରୀ ବାଳିକା ମାନଙ୍କୁ ନେଇ ବିଭିନ୍ନ ସଚେତନତା ଓ ପ୍ରତିଯୋଗିତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି ।
କିଶୋରୀ ମେଳା ଅବସର’ରେ ଝାମୀ ଗ୍ରାମ ଠାରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଆଇସିଡ଼ିଏସ: ସୁପରଭାଇଜର ଶ୍ରୀମତୀ ରାଜେଶ୍ୱରୀ ପାତ୍ର ସଭାପତିତ୍ବ କରି କାର୍ଯ୍ୟକ୍ରମ’ର ଆଭିମୁଖ୍ୟ ସମ୍ପର୍କରେ କହିବା ସହ କିଶୋରୀ ମାନଙ୍କ ଶିକ୍ଷା , ସ୍ୱାସ୍ଥ୍ୟ ଓ ପୋଷଣତା ଉପରେ ଉପସ୍ଥିତ ବାଳିକା ମାନଙ୍କୁ ସଚେତନ କରାଇଥିଲେ ।
ଏହି କାର୍ଯ୍ୟକ୍ରମ’ରେ ଝାମୀ ସରପଞ୍ଚ ଶ୍ରୀମତୀ ମୀନାକ୍ଷୀ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ କିଶୋରୀ ବାଳିକା ମାନେ ନିଜର ସ୍ୱାସ୍ଥ୍ୟ’କୁ ସୁସ୍ଥ ରଖିବା ସହ ଶିକ୍ଷା ଓ ପୋଷଣ ଯୁକ୍ତ ଖାଦ୍ୟ ଉପରେ ଅଧିକ ଯତ୍ନବାନ ହୋଇ ଜଣେ ଉତ୍ତମ ମା ହେବା ସହ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହେବା ପାଇଁ ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ’ରେ , ଏଏନଏମ: ଅହଲ୍ୟା ସାମଲ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ପ୍ରେମ” ର କୁମୁଦିନୀ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ରହି କିଶୋରୀ ବାଳିକା ମାନେ ଆସନ୍ତା ଦିନ ମାନଙ୍କ’ରେ ନିଜକୁ କିଭଳି ସୁସ୍ଥ ରଖିବେ ସେ ଦିଗରେ ଉପାଦେୟ ବିଷୟ ଉପରେ କହିବା ସହ କିଶୋରୀ ମାନଙ୍କ ବୌଦ୍ଧିକ ବିକାଶ ଏବଂ ସମାଜ ପ୍ରତି ସେମାନଙ୍କ କର୍ତ୍ତବ୍ୟ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
ଏହି ଅବସର’ରେ ଆଇଏଫଏ: ଓ ଅଣ୍ଡା ବଣ୍ଟନ କରାଯିବା ସହ କିଶୋରୀ ବାଳିକା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା:- ଚିତ୍ରାଙ୍କନ ଏବଂ ମ୍ୟୁଜିକାଲ ଚେୟାର ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ବଣ୍ଟନ କରା ଯାଇଥିଲା ।
ସେହିଭଳି କାର୍ଯ୍ୟକ୍ରମ ଅବସର’ରେ ପରୀକ୍ଷା’ରେ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା କିଶୋରୀ’ଙ୍କୁ ପୁରସ୍କାର ଓ ମାନପତ୍ର ଦିଆ ଯାଇଥିଲା ।
ଶେଷରେ କିଶୋରୀ ବାଳିକା ମାନଙ୍କ ଉଚ୍ଚତା ଓ ଓଜନ ମାପ ସହ ରକ୍ତ ହୀନତା ଏବଂ ସିକିଲ ଟେଷ୍ଟ ପ୍ରଭୃତି ପରୀକ୍ଷା କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମ’ରେ ବହୁ ସଂଖ୍ୟାରେ ଗ୍ରାମର କିଶୋରୀ ବାଳିକା’ଙ୍କ ସମେତ ଆଶା ଓ ଅଙ୍ଗନବାଡି କର୍ମୀ ମାନେ ଯୋଗ ଦେଇଥିଲେ ।
(ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)