March 10, 2026

ସରସ୍ଵତୀ ଶିଶୁ ଞାନ ମନ୍ଦିରର ଚତୁର୍ଥ ବାର୍ଷିକ ଉତ୍ସବ……..

yutuy
Share

 

 

ନବରଙ୍ଗପୁର , ଦିନ ସ୍ଥାନୀୟ ଟାଉନହଲ ଠାରେ ସରସ୍ଵତୀ ଶିଶୁ ଞାନ ମନ୍ଦିରର ଚତୁର୍ଥ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା ଶିକ୍ଷାନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଅବନୀ କୁମାର ତ୍ରିପାଠୀଙ୍କ ଅଧକ୍ଷତା ରେ ଆୟୋଜିତ ଉତ୍ସବ ରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାଗ ମୁଖ୍ଯ ଅତିଥି ଭାବେ ଯୋଗ ଦାନ କରିଥିଲେ। ବିଦ୍ୟାଳୟର ସମ୍ପାଦକ ରବି ଶଙ୍କର ସାହୁ ମଞ୍ଚାସୀନ ରହି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ବାଷିର୍କ ବିବରଣୀ ପାଠ କରିଥିଲେ। ଏହି ଅବସର ରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦୂ।ରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷାଧିକାରୀ ତାଙ୍କ ବକ୍ତବ୍ଯ ରେ ବିଦ୍ୟାଳୟର ନିତି ନିୟମ,ଶୃଙ୍ଖଳା ଏବଂ ଶିକ୍ଷାଦାନ ଉପରେ ଗୁରୁତ୍ବ ଦେବାକୁ ଅଭିଭାବକ ମାନଙ୍କୁ ବୁଝାଇଥିଲେ। ବିଦ୍ୟାଳୟର ବିବରଣୀ ପାଠ ଶୁଣି ଜିଲ୍ଲା ଶିକ୍ଷାଧିକାରୀ ଖୁସି ହେବା ସହିତ ଏହି ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଭଲ ପାଠ ପଢୁଛନ୍ତି ଏବଂ ସବୁ ବିଷୟରେ ବହୁ ଅଗ୍ରଗତି କରିଛନ୍ତି ବୋଲି ସନ୍ତୋଷ ବ୍ଯକ୍ତ କରିଥିଲେ। ସଭାପତି ମଧ୍ଯ ନିଜ ବକ୍ତବ୍ଯ ରେ ଅଭିଭାବକ ଓ ଅଭିଭାବକା ମାନଙ୍କୁ ନିଜ ଦାୟିତ୍ବ ଏବଂ କର୍ତବ୍ଯ ସମନ୍ଧରେ ସଚେତନ କରିଥିଲେ । ଉକ୍ତ ଉତ୍ସବରେ ବହୁ ସଂଖ୍ୟା ରେ ଜନ ସାଧାରଣ ଏବଂ ଅଭିଭାବକ ମାନେ ଉପସ୍ଥିତ ଥିଲେ । ଏ ବର୍ଷ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଭିତରୁ ଅନେକ ଛାତ୍ରଛାତ୍ରୀ ଏକଲବ୍ଯ,ଆଦର୍ଶ ବିଦ୍ୟାଳୟ , ନବୋଦୟ ବିଦ୍ୟାଳୟ ରେ ସାନ ପାଇଥିବାରୁ ସେମାନଙ୍କୁ ବିଦ୍ୟାଳୟ ତରଫରୁ ଉକ୍ତ ଉତ୍ସବରେ ପୁରସ୍କୃତ କରାଯାଇଥିଲା । ସେହି ପରି ବନ ବିହାର ସମୟ ରେ ମାଁ ମାନଙ୍କ ଦୂ।ରା ଗୀତ,ଲକ୍ଷ୍ୟଭେଦ, ମୁଜିକାଲ ଚେୟାର ଆଦି ପ୍ରତିଯୋଗିତା ରେ ଭାଗ ନେଇ ଥିବା ମାଁ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ବହୁ ସଂଖ୍ୟା ରେ ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ଯ ଯୋଗ ଦାନ କରିଥିଲେ।(ନବରଙ୍ଗପୁର ଜିଲ୍ଲା ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)