March 11, 2026

 ୧୨୭ତମ ନେତାଜୀ ଜୟନ୍ତୀ ପାଳନ…

hfy
Share

କବିସୂର୍ଯ୍ୟନଗର ଓଡ଼ିଶା ଆଜାଦ୍ ହିନ୍ଦ୍ ଫୌଜ ସଂଘ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି I ଅନୁଷ୍ଠାନ ସଭାପତି ପୀତବାସ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଯୋଗ ଦେଇ ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ I ସେହିପରି ସମ୍ମାନିତ ଅତିଥି ରୂପେ କବିସୂର୍ଯ୍ୟନଗର ପଂଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତିର୍ମୟୀ ସ୍ୱାଇଁ, ଆମ୍ବପୁଆ ସମିତିସଭ୍ୟ ଅଶ୍ୱିନୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ନେତାଜୀଙ୍କ ବଳିଦାନ ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତବର୍ଷକୁ ଶ୍ରେଷ୍ଠ ଏବଂ ବିକଶିତ ଭାବେ ଗଢ଼ି ତୋଳିବାକୁ ଆହ୍ୱାନ୍ ଦେଇଥିଲେ I କାର୍ଯ୍ୟକ୍ରମରେ ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ମାର୍ଚ୍ଚ ପାଷ୍ଟ୍ କରିଥିଲେ I ବ୍ଳକ୍ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ସ୍ୱାଇଁ ଏନସିସି କ୍ୟାଡେଟ୍ ମାନଙ୍କ ଠାରୁ ଅଭିବାଦନ ଗ୍ରହଣ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ I ସଂଘ କୋଷାଧ୍ୟକ୍ଷ ତଥା ଅବସରପ୍ରାପ୍ତ ଅଧ୍ୟାପକ କେଦାରେଶ୍ୱର ପରିଡ଼ା ଧନ୍ୟବାଦ ଜ୍ଞାପନ କରିଥିଲେ I ରମା ବଲ୍ଲଭ ବେହେରା, ବଂଶୀଧର ଗୌଡ଼,ମୋଚୀରାମ୍ ବେହେରା, ଘନଶ୍ୟାମ ବେହେରା ,ଶିଶିର କୁମାର ଗୌଡ଼ ,ଜିତୁ ବାବୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)