ଲିମା ଏସ୍ ଏସ୍ ଡି ସ୍କୁଲରେ ବାର୍ଷିକ ଉତ୍ସବ ଉଦଯାପିତ ..
କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଲିମା ପଞ୍ଚାୟତ ସଦର ଲିମା ଏସ୍ ଏସ୍ ଡି ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଆଜିର ପବିତ୍ର ଦିବସ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ଅବସରରେ ପ୍ରଥମେ ପୁଷ୍ପାଞ୍ଜଳୀ ଓ ପ୍ରଦ୍ବୀପ ପ୍ରଜ୍ଜ୍ଵଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା l ପି ଏ ଆଇ ଟି ଡି ଏ ବୈଶାଳୀ ଦୋରା, ଉପ ଜିଲାପାଳଙ୍କ କାର୍ଯ୍ଯାଳୟ ଜୟପୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରି ଅତିଥିଙ୍କୁ ସ୍ଵାଗତ କରିଥିଲେ l ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ଦାଶ ସ୍କୁଲର ବାର୍ଷିକ ବିବରଣୀ ପାଠ କରିଥିଲେ l ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ ଯୋଗଦେଇ ଛାତ୍ର ଜୀବନର ଗୁରୁତ୍ଵ ଓ ଶିକ୍ଷକ ଶିକ୍ଷୟିତ୍ରୀ ସମାଜର ମେରୁଦଣ୍ଡ ବୋଲି ବକ୍ତବ୍ୟ ରଖିଥିଲେ l ଅନ୍ୟ ଅତିଥି ମାନେ ନିଜ ବକ୍ତବ୍ୟରେ ସରକାରଙ୍କ ଶିକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଦ୍ୟାଳୟ ଭିତ୍ତିଭୂମି, ପାଠ୍ୟ ଉପକରଣ, ମଧ୍ୟାହ୍ନ ଭୋଜନ ଠାରୁ ଅନୁସୂଚିତ ଜାତି ଓ ଜନଜାତି ପାଇଁ ସ୍ଵତନ୍ତ୍ର ଭାବେ ହଷ୍ଟେଲ୍ ସୁବିଧା ଯୋଗାଇ ଦେବା ସହ (ସାଠ) ସହପାଠ ର ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯାଉଛି l ଏ ସବୁକୁ ସଦ୍ ବିନିଯୋଗ କରି ନିଜର, ପରିବାରର, ସ୍କୁଲ ଓ ଦେଶର ଭବିଷ୍ୟତ ଗଢ଼ିବା ପାଇଁ କଠିନ ପରିଶ୍ରମ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ l ମୁଖ୍ୟ ବକ୍ତା ଭାବେ ଶିକ୍ଷୟିତ୍ରୀ ତଥା ସୁ ସାହିତ୍ୟିକା କୁନ୍ଦୁରା ସବିତା ଶତପଥୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା କନକଲତା ପେଣ୍ଠିଆ, ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ପରଜା, ଉପାଧ୍ୟକ୍ଷ ତରୁଣୀସେନ ବିଶୋଇ, ବି ଡି ଓ କପିଳେଶ୍ଵର ତାଣ୍ଡି, ବୁଦ୍ଧିଜୀବି ତଥା ପୂର୍ବତନ ସରପଞ୍ଚ ନାରାୟଣ ବିଶୋଇ, ପ୍ରଧାନ ଶିକ୍ଷକ ଗୋବିନ୍ଦପାଲୀ ଉଚ୍ଚ ବିଦ୍ୟାଳୟ ଅଜୟ କୁମାର ମିଶ୍ର, ପ୍ରଧାନ ଶିକ୍ଷକ ଡଙ୍ଗରପାଉଁଶି ବିଜୟ କୁମାର ଭଟ୍ଟ, ପ୍ରଧାନ ଶିକ୍ଷୟିତ୍ରୀ ବାମୁଣିପୁଟ କଳ୍ପନା ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ଦିଗାପୁର୍ ଗିରିଜା ଖାଡ଼ଙ୍ଗା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଆବାହକ ସୁଶାନ୍ତ କୁମାର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ l
ପୂର୍ବରୁ ହୋଇଥିବା ବିଭିନ୍ନପ୍ରତିଯୋଗିତାରେ ଭାଗନେଇଥିବା କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା ।ଚଳିତ ବାର୍ଷିକ କ୍ରୀଡ଼ାରେ ପୂର୍ଣସହଯୋଗ କରିଥିବା ବିଦ୍ୟାଳୟର ପୁର୍ବତନ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ତାରିଣୀ ଚରଣ ପାତ୍ରଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଦ୍ବିତୀୟ ଅଧିବେଶନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ପୂର୍ଣ୍ଣ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଛି l ସଂସ୍କୃତ ଓ ବରିଷ୍ଠ ଶିକ୍ଷକ ବିରଞ୍ଚି ନାରାୟଣ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଗଣିତ ଶିକ୍ଷୟତ୍ରୀ ରଞ୍ଜିତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l
(କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ଉପାନ୍ତ ଖବର)