May 14, 2026

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସର ରେ ଉତ୍ସବ ମୂଖର ଉମରକୋଟ ସହର………

uyt7ut
Share

 

 

ଉମରକୋଟ -ଅଯୋଧ୍ୟାରେ ରାମ। ଲ।ଲା ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସଵ ଅବସରରେ ଉମରକୋଟ ରେ ଏହି ଉତ୍ସାଵ କୁ ମହା ଆଡମ୍ବର ସହକାରେ ପାଳନ କରିବାକୁ ସମସ୍ତ ହିନ୍ଦୁ ସଙ୍ଘଠନ ଓ ରାମ ଭକ୍ତ ଏପରି କି ଦଳ ମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ ର ନେତା ଓ କର୍ମୀ ମାନେ ଏକତ୍ରିତ ହେବା ସହ ଶୋଭାଯାତ୍ରାରେ ଉପସ୍ଥିତ ଥିଲେ। ଆଜି ବିଭିନ୍ନ ମନ୍ଦିର, ଅନୁଷ୍ଠାନ ଗୁଡିକରେ ପୂଜା ପାଠ ଯଜ୍ଞ କର।ଯାଇ ଥିଲା।ସକାଳୁ ସକାଳୁ ରାମ ମନ୍ଦିର ଓ ବିଭିନ୍ନ ମନ୍ଦିର ଗୁଡିକରେ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।ସହରର ବିଭିନ୍ନ ମନ୍ଦିର ଠାରେ ଅନ୍ନଭୋଗ ର ଆୟୋଜନ ହେଇ ଥିଲା ସକାଳେ ଶତାଧିକ ମହିଳା ରାମ ଭକ୍ତ ଝରିଗାଁ ରୋଡ଼ ସ୍ଥିତ ଭାସ୍କେଲ ନଦୀରୁ ଜଳ ନେଇ ରାମ ମନ୍ଦିର କୁ ଯାଇଥିଲେ।ମନ୍ଦିର ପରିସର ରେ ୩୦୦୦ରୁ ଉର୍ଦ୍ଧ୍ବ ପ୍ରଦୀପ ପ୍ରଜ୍ବଳନ କରାଯାଇଛି। ସହର ର ସମସ୍ତ ଘର ଆଗରେ ସନ୍ଧ୍ୟାରେ ଝୋଟି ଓ ଦ୍ଵିପ ପ୍ରଜ୍ବଳନ ହେଇ ଥିବା ଦେଖିବା କୁ ମିଳିଥିଲା। ଏପରି କିଛି ସ୍ଥାନ ରେ ମହା ପ୍ରଭୁ ରାମ ଙ୍କ ଛବି ରଖି ପୂଜାର୍ଚନା କରିଥିବା ଦେଖିବା କୁ ମିଳିଥିଲା। ସନ୍ଧ୍ୟା ସମୟରେ ସହରର ଯୁବ ଗୋଷ୍ଠିଙ୍କ ଦ୍ୱ।ରା ଏକ ବିରାଟ ଶୋଭା ଯାତ୍ରା
ରାମ ମନ୍ଦିର ରୁ ବାହାରି ସହର ପରିକ୍ରମା କରି ଡି ଏନ୍ କେ ଠାରେ ପହଞ୍ଚି ଥିଲା।।ଏହି ସମୟରେ ରାଜ ରାସ୍ତା ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା।ପଡୋଶୀ ରାଜ୍ୟ ଛତିଶଗଡ ରାଜ୍ୟ ରୁ ଆସିଥିବା ଧମାଲ ଡିଜେ ର ତାଳେ ତାଳେ ଝୁମି ଉଠିଲେ ଭକ୍ତ। ଏପରି କି ଉଭୟ ପୁରୁଷ ଓ ମହିଳା ଶତାଧିକ ସଂଖ୍ୟାରେ ନାଚି ଥିଲେ। ଶୋଭାଯାତ୍ରାରେ ୫୦୦୦ ରୁ ଉର୍ଦ୍ଧ୍ବ ଭକ୍ତ ଯୋଗ ଦେଇଥିଲେ। ଶୋଭା ଯାତ୍ରା ରେ ବିଭିନ୍ନ ରାଜନୈତିକ ଦଳ ର ପ୍ରମୁଖ ନେତା ମାନେ ଉପସ୍ଥିତ ଥିଲେ। ପ୍ରବଳ ଅ।ତିସ ବାଜି ମଧ୍ୟ ହେଇ ଥିଲା।ପ୍ରବଳ ଭିଡ କୁ ଦେଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା। ଶୋଭା ଯାତ୍ରା ଭିଡକୁ ଦେଖି ସହର ମଧ୍ୟକୁ ଭାରି ଯାନ ପ୍ରବେଶ ଉପରେ ରୋକ ଲଗ।ଯାଇଥିଲା। ଶୋଭ। ଯାତ୍ରା କୁ ଦେଖିବା ପାଇଁ ପ୍ରତି ସାହି ଛକ ଠାରେ ଶହ ଶହ ସଂଖ୍ୟାରେ ଲୋକ ଏକତ୍ରିତ ହେଇ ଥିଲେ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

You may have missed