April 29, 2026

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ…

ujtgui
Share

 

ରାମନାଗୁଡା, କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଓ ସାଂସଦ ଜୁଏଲ ଓରାମ ଭର୍ଚୁଆଲ ମାଧ୍ୟମରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି। ଏହି ଶିଳାନ୍ୟାସ ପର୍ବ ପ୍ରରିପେକ୍ଷୀରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଦ୍ଵାରା ଆଦିବାସୀ ଛାତ୍ରଛାତ୍ରୀ ଇଂରାଜୀ ମାଧ୍ୟମରେ ଶିକ୍ଷା ଲାଭ କରିପାରିବେ ବୋଲି କହିଥିଲେ। ଏହି ବିଦ୍ୟାଳୟରନିର୍ମାଣ କାର୍ଯ୍ୟ ବ୍ୟୟ ଅଟକଳ ୩୯କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ୧୬ମାସ ମଧ୍ୟରେ ଶେଷହେବ ଏବଂ ଏଠାରେ ଦୁଇଟି ଛାତ୍ରାବାସ ମଧ୍ୟ ନିର୍ମାଣ କରାଯିବ ବୋଲି ସେ ସୂଚନା ଦେବା ସହ ଏଠାରେ ୪୮୦ ଜଣ ପିଲାଙ୍କୁ ନିଃଶୁଳ୍କ ପାଠ ପଢ଼ିବାର ସୁଯୋଗ ମିଳିବ ବୋଲି ସେ ମତ ରଖିଥିଲେ।ଏହି କାର୍ଯ୍ୟକ୍ରମରେ ବିଜେପି ମଣ୍ଡଳ ସଭାପତି ଚିନ୍ନା କଣ୍ଡାଗରୀ,ଜିଲ୍ଲା ଉପସଭାପତି,ଉଦୟ ପାଢ଼ି,ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ହରେକୃଷ୍ଣ ପାଢି,ଯୁବ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଶ୍ରୀନିବାସ ପଣ୍ଡା ,ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତା ନରସିଂହ ମାଣ୍ଡାଙ୍ଗି ଓ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

(ରିପୋର୍ଟ ସଞ୍ଜିବ କୁମାର ଦାଶ)