April 26, 2026

ଉଦଯାପିତ ହେଲା ଲୋକ ମହୋତ୍ସବ ଯୋଗଦେଲେ ବାଚସ୍ପତି ପ୍ରମିଳା ମଲ୍ଲିକ…

yty
Share

                                                                                                                                                                              ଜଗତସିଂହପୁର ଜିଲ୍ଲା ଅଧିନ କୁଜଙ୍ଗ ବନବିହାରୀ ହାଇସ୍କୁଲ ପଡ଼ିଆରେ ଜମୁଥିଲା କୁଜଙ୍ଗ ଲୋକ ମହୋତ୍ସବ। ଏହି ମହୋତ୍ସବ ରେ ବିଭିନ୍ନ ପ୍ରକାର ଦୋକାନ ବଜାର ସହ ଛୋଟରୁ ବଡ ପର୍ଯ୍ୟନ୍ତ ଦୋଳି ଲାଗିଥିବା ବେଳେ ଏହାକୁ ଦେଖିବା ଲାଗି ବିଭିନ୍ନ କୋଣ ଅନୁକୋଣ ରୁ ଲୋକଙ୍କ ଭିଡ ଦେଖିବକୁ ମିଳୁଥିଲା। ସମ୍ବଲପୁରୀ ନୃତ୍ୟ ଛୋଟ ଛୋଟ ପିଲାଙ୍କୁ ନେଇ ସଂସ୍କୃତିକ ସହ ରଙ୍ଗା ରଙ୍ଗର କାର୍ଯ୍ୟକ୍ରମ ଲୋକଙ୍କ ମନ ମୋହୁଥିଲା।କୁଜଙ୍ଗ ର ଜଣା ଶୁଣା ସଂଘଠନ ଫ୍ରେଣ୍ଡସିପ୍ ଫର୍ ଏଭର୍ ପକ୍ଷେରୁ ଆଠ ଦିନ ଧରି ମାଗଣା ବିଶୁଦ୍ଧ ପାନୀୟ ଜଳ ଦିଆଯାଉଥିବା ବେଳେ ତାହା ସୋମବାର ସନ୍ଧ୍ୟାରେ କୁଜଙ୍ଗ ଲୋକ ମହୋତ୍ସବ ଉଦଯାପିତ ହୋଇଯାଇଛି। ଏହି ଉତ୍ସବ ର ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନ ସଭା ର ବାଚସ୍ପତି ପ୍ରମିଳା ମଲ୍ଲିକ ଯୋଗଦେଇ ବଣର ମଲ୍ଲି ବଣରେ ଫୁଟୁ, ଝଡି ନଯାଉ ତାହାର ମହକ, ଅନ୍ୟମାନଙ୍କୁ ମହକିତ କରୁ ଏ ପ୍ଲାଟଫର୍ମ ରେ ।ଏ ମାଟିର ନେତା ଡ଼ାକ୍ତର ଦାମୋଦର ରାଉତ ଏ ମାଟିକୁ ଆଗେଇନେବା ପାଇଁ ଯେଉଭଳି ଭାବେ ପରିଶ୍ରମ କରିଛନ୍ତି ଏବେ ତାଙ୍କ ସୁ ପୁତ୍ର ପୁଅ ବିଧାୟକ ସମ୍ବିତ ରାଉତରାୟ କୁଜଙ୍ଗ ମାଟିର କଳା ସସ୍କୃତି ପରମ୍ପରା କୁ ବଜେଇ ରଖିଛନ୍ତି ।ଆଗକୁ ଏ ମାଟିକୁ ଦୁଇ ପଦେ ଆଗେଇ ନିଅନ୍ତୁ ବୋଲି ବାକ୍ତବ୍ୟ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଅବକାରୀ, ପର୍ଯ୍ୟଟନ, ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ସମ୍ମାନୀତ ଅତିଥି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ କୁଜଙ୍ଗ ବାସୀଙ୍କ କଳା ପ୍ରତି ଥିବା ଆଦରକୁ ପ୍ରଶଂସା କରିଥିବା ସହ କଳା ପ୍ରଦର୍ଶନ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା କରିଥିଲି। ସର୍ବ ପ୍ରଥମେ ବିଧାୟକ ଙ୍କୁ ଧନ୍ୟବାଦ ଦେବା ସହ ଲୋକ ମହୋତ୍ସବ କମିଟିର ସବୁ ସଦସ୍ୟ, କୁଜଙ୍ଗ ବ୍ଲକ ର ସମସ୍ତ ସରପଂଚ , ସେମିତି ସଭ୍ୟ ସଭ୍ୟା ଙ୍କୁ କୃତଜ୍ଞତା ଜଣାଇବା ସହ ଯେଉ ଭଳି ଭାବେ ପୋଲିସ ପ୍ରଶାସନ ଓ ସାମ୍ବାଦିକ ମାନେ ତାଙ୍କ କାର୍ଯ୍ୟ ଦକ୍ଷତା ଦେଖାଇଛନ୍ତି ତାଙ୍କୁ ମୋ ହୃଦୟରୁ ଗଭୀରତମ ସାଧୁବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରୁଛି। କୁଜଙ୍ଗ ଲୋକ ମହୋତ୍ସବ ଓଡିଶାରେ ସ୍ଵତନ୍ତ୍ର ଭବେ ସ୍ଥାନ ନେବ ବୋଲି ମହୋତ୍ସବ କମିଟିର ସହ ସମ୍ପାଦକ ତଥା ସାଂସଦଙ୍କ ପ୍ରତିନିଧି ସୁଢ଼ଳ ସ୍ଵାଇଁ ମତ ପ୍ରକାଶ କରିଛନ୍ତି। ଅନ୍ୟ ମାନଙ୍କ ଭିତରେ କୁଜଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିନାରାଣୀ ସାହୁ, କୁଜଙ୍ଗ ସରପଂଚ ବନ୍ଦିତା ଦାସ କୁଜଙ୍ଗ ଲୋକ ମହୋତ୍ସବ କମିଟି ସଂଗଠନ ସମ୍ପାଦକ ତଥା କୁଜଙ୍ଗ ପ୍ରେସ କ୍ଳବ୍ର ସଭାପତି ରଘୁନାଥ ସାହୁ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଓଡିଶା ଖବର)