April 25, 2026

ସାମ୍ବାଦିକଙ୍କ ବିୟୋଗରେ ଗୁଣପୁର ପ୍ରେସ ୟୁନିୟନର ଶୋକସଭା….

uhiu
Share

 

 

ଗୁଣପୁର ,ରାୟଗଡ଼ା ଜିଲ୍ଲା ନ୍ୟୁସ ୧୮ ସାମ୍ବାଦିକ ସ୍ଵର୍ଗତଃ ଗଜମୋହନ ଗରଡ଼ିଆଙ୍କ ଅକାଳ ବିୟୋଗରେ ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳାରେ ପ୍ରେସ ୟୁନିୟନ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ପ୍ରେସ ୟୁନିୟନର ସଭାପତି ପ୍ରମୋଦ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଶୋକ ସଭାରେ କ୍ଲବର ସଭ୍ୟ ମାନେ ଦିବଙ୍ଗତ ସାମ୍ବାଦିକ ସ୍ଵର୍ଗତଃ ଗରଡ଼ିଆଙ୍କ ଅମ୍ଳାନ ପ୍ରତିଭାର ସ୍ମୃତି ଚାରଣ କରାଯାଇଥିଲା। ସାମ୍ବାଦିକ ସ୍ଵର୍ଗତଃ ଗରଡ଼ିଆ ଜଣେ ନିର୍ଭୀକ ଓ ମେଳାପି ସ୍ଵଭାବର ବ୍ୟକ୍ତି ଥିଲେ। ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଶୋକସଭାରେ ଅନୁଷ୍ଠାନର ସମ୍ପାଦକ ରାଜେଶ କୁମାର ପଣ୍ଡା,ଜିତେନ୍ଦ୍ର ଶତପଥୀ,ସନ୍ତୋଷ କୁମାର ଗୁରୁ, ବ୍ରଜ ସୁନ୍ଦର ପାଢ଼ୀ, କାଳି ଶଙ୍କର ରଥ, ଦୀପକ କୁମାର ପଣ୍ଡା, ତ୍ରିନାଥ ଖାଡ଼ଙ୍ଗା ପ୍ରମୁଖ ଉପସ୍ଥିତ ଥିଲେ ।(ସୁରେନ୍ଦ୍ର ମହାନ୍ତି )