ଆଜିର ଖବର….
➡️୧-ଆସନ୍ତାକାଲି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ହେବ ପାଞ୍ଚଶହ ବର୍ଷ ଅପେକ୍ଷାର ଅନ୍ତ l ଅଯୋଧ୍ୟାକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ସତେ କି ସ୍ୱର୍ଗପୁରୀ ପାଲଟିଛି ଶ୍ରୀରାମ ଜନ୍ମଭୂମି । ଗଗନ .. ପବନ, ଚାରି ଦିଗ ରାମ ମୟ । ରାମ ନାମରେ କମ୍ପୁଛି ଅଯୋଧ୍ୟା । ଲେଜର ଲାଇଟରେ ଝଲସୁଛି ପୁରା ସହର ।
➡️୨-ଅଯୋଧ୍ୟା ରାମମନ୍ଦିର ପ୍ରତିଷ୍ଠା ପୂର୍ବରୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ତିରୁଚିରାପଲ୍ଲୀସ୍ଥିତ ପ୍ରାଚୀନ ଶ୍ରୀରଙ୍ଗନାଥସ୍ୱାମୀ ମନ୍ଦିର ପରିଦର୍ଶନ କରି ‘ଅଗ୍ନିତୀର୍ଥ’ ବେଳାଭୂମିରେ ବୁଡ଼ ପକାଇ କଲେ ପୂଜାର୍ଚ୍ଚନା ।
➡️୩-ଆସନ୍ତାକାଲିହେବାକୁ ଥିବା ରାମଜନ୍ମଭୂମି ମନ୍ଦିରରେ ରାମଲାଲାଙ୍କ ପ୍ରତିଷ୍ଠା ସମାରୋହରେ ୫୪ଟି ଦେଶରୁ ୧୦୦ରୁ ଅଧିକ ପ୍ରତିନିଧି ଯୋଗ ଦେବେ l
➡️୪-୧୩ଟି ଜିଲ୍ଲାରେ ହେବ ୧୯ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପ: ଖର୍ଚ୍ଚ ହେବ ୪,୬୦୦ କୋଟି ଟଙ୍କା l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର କଲେ ସ୍ଥାପନ l ଜିଲ୍ଲା ଗୁଡିକ ହେଲା – ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ l
➡️୫-ଆସନ୍ତା ୨୩ ତାରିଖ ଯାଏ ରାଜ୍ୟରେ ଘନ କୁହୁଡ଼ି ରହିବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳର କିଛି ସ୍ଥାନରେ ଘନ କୁହୁଡ଼ି ଯୋଗୁ ଯାତାୟତ ପ୍ରଭାବିତ ହୋଇପାରେ l
➡️୬-ଆଜି ଯାଜପୁର ଜିଲ୍ଲା ଗସ୍ତରେ ଆସିବେ ମହାମହିମ ରାଜ୍ୟପାଳ । ଦିନ ୧୧ଟା ସମୟରେ ପହଞ୍ଚି ପ୍ରଥମେ ମା ବିରଜାଙ୍କ ଦର୍ଶନ କରିବେ ପରେ ମିଶନ ଶକ୍ତି ଭବନ ପରିଦର୍ଶନ କରିବା ସହ ୧୫୦ ଜଣ ଏସ୍ଏସ୍ଜି ସଦସ୍ୟଙ୍କ ସହ ଆଲୋଚନା କରିବେ ।
➡️୭-ବିମାନ ସଂଯୋଗୀକରଣରେ ଦେଶରେ ଶ୍ରେଷ୍ଠ ସ୍ଥାନ ଅଧିକାର କଲା ଓଡ଼ିଶା l ଏନେଇ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିବା ୱିଙ୍ଗସ ଇଣ୍ଡିଆ-୨୦୨୪ରେ ଓଡ଼ିଶାକୁ ଏକ ନମ୍ବର ମାନ୍ୟତା ମିଳିଛି ।
➡️୮-ବିଶ୍ବ ବଜାରରେ ସୁନାମ ଅର୍ଜନ କରି ସ୍ବତନ୍ତ୍ର ସ୍ଥାନ ଅଧିକାର କଲା କୋରାପୁଟର କଫି l ହାତେଇଲା ସ୍ବର୍ଣ୍ଣ ପଦକ l
➡️୯-ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର । ଚୌଦ୍ୱାର ମଙ୍ଗୁଳି ଛକରେ ଟ୍ରକକୁ ପଛରୁ ପିଟିଲା ସୁଧାକରଙ୍କ କାର । ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତି କରାଯାଇଛି ।
➡️୧୦-ରିଲ୍ସରେ ଟ୍ରେଣ୍ଡ କରୁଛି ନୂଆ ରିଲିଜ୍ ଭଜନ ‘ଜଗା ତୁ ଯାଦୁଗର’। ମହାପ୍ରଭୁଙ୍କ ପାଇଁ ଚର୍ଚ୍ଚିତ ଗାୟକ ‘ଜୁବିନ୍’ ଗାଇଥିବା ପ୍ରଥମ ଓଡ଼ିଆ ଗୀତ ‘ତମେ ଚାହିଲ ବୋଲି ଚକା ଆଖି…’ ଏବେ ସୋସିଆଲ୍ ମିଡିଆରେ ମାତ୍ର ତିନି ଦିନ ମଧ୍ୟରେ କୋଟି କୋଟି ଶ୍ରୋତା ଏହି ଗୀତକୁ ଶୁଣି ସାରିଲେଣି।
➡️୧୧-ଭଦ୍ରକ ଜିଲ୍ଲା ଭଣ୍ଡାରିପେରଖରୀ ବ୍ଲକ ଅନ୍ତର୍ଗତ ବୈତରଣୀ ନଦୀର ଆଖୁଆପଦା ଆନିକଟ ନିକଟରେ ବ୍ୟାରେଜ ନିର୍ମାଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ୪ ଶହ ୮୦ କୋଟି ଟଙ୍କା ବ୍ୟୟରେ ଏହି ବ୍ୟାରେଜ ନିର୍ମାଣ ହେବ।
➡️୧୨-ଜଳେଶ୍ବରର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କର ଗତକାଲି ଭୁବନେଶ୍ୱର ଏମ୍ସରେ ହେଲା ପରଲୋକ l ତାଙ୍କୁ ୭୪ ବର୍ଷ ହୋଇଥିଲା। ୩ ସପ୍ତାହ ହେଲା ସେ ଏମ୍ସରେ ଚିକିତ୍ସାଧୀନ ଥିଲେ।
➡️୧୩-ଭାରତ-ମ୍ୟାଁମାର ସୀମାରେ ଏଣିକି ଅନୁପ୍ରବେଶ ବନ୍ଦ କରିବା ପାଇଁ ସୁରକ୍ଷା ଅତ୍ୟନ୍ତ କଡ଼ାକଡ଼ି କରାଯିବ। ଏହା ସହିତ ସମଗ୍ର ସୀମାରେ ତାର ବାଡ଼ ଲଗାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଲେ ଘୋଷଣା l
➡️୧୪-ମହଙ୍ଗା ପଡିବ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ । ଇଭିଏମ ପାଇଁ ପ୍ରତି ୧୫ ବର୍ଷକୁ ଥରେ ଖର୍ଚ୍ଚ ହେବ ୧୦ ହଜାର କୋଟି । କେନ୍ଦ୍ରକୁ ଜଣାଇଲେ ନିର୍ବାଚନ କମିଶନ ।
➡️୧୫-ଏଣିକି ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ ବିକ୍ରି କଲେ ଲାଇସେନ୍ସ ହେବ ରଦ୍ଦ l ରାଜ୍ୟ ସରକାର ଦେଲେ ଏଭଳି କଡ଼ା ଚେତାବନୀ l ଏଣିକି ଡାକ୍ତରମାନେ ଔଷଧ ଲେଖିବା ବେଳେ ଆଣ୍ଟିବାୟୋଟିକ୍ ଦେଲେ, କେଉଁ କାରଣ ପାଇଁ ସେମାନେ ଆଣ୍ଟିବାୟୋଟିକ୍ ଲେଖୁଛନ୍ତି, ତାହା ପ୍ରେସକ୍ରିପ୍ସନରେ ଉଲ୍ଲେଖ କରିବେ l
➡️୧୬-ପଞ୍ଜାବରେ ଏଣିକି ଆଉ ଆଉ ସଡ଼କ ଦୁର୍ଘଟଣାରେ ହେବ ନାହିଁ ମୃତ୍ୟୁ, ଜାନୁୟାରୀ ୨୬ରୁ ଲୋକଙ୍କ ସେବାରେ ମୁତୟନ ରହିବେ ସଡ଼କ ସୁରକ୍ଷା ବଳ l
➡️୧୭-ଜାପାନକୁ ମିଳିଲା ବଡ଼ ସଫଳତା । ଆମେରିକା, ରୁଷ୍, ଚୀନ୍ ଏବଂ ଭାରତ ପରେ ବିଶ୍ବର ପଞ୍ଚମ ଦେଶ ଭାବେ ଜାପାନ ପହଞ୍ଚିଲା ଚନ୍ଦ୍ରରେ । ମହାକାଶ ଯାନ ‘ମୁନ୍ ସ୍ନାଇପର’ର ଲ୍ୟାଣ୍ଡର (ସ୍ଲିମ୍) ଚନ୍ଦ୍ରପୃଷ୍ଠରେ ସହଜରେ (ସଫ୍ଟ ଲ୍ୟାଣ୍ଡିଂ) କଲା ଅବତରଣ l
➡️୧୮-୧୯ ବର୍ଷରୁ କମ ବିଶ୍ଵକପ୍: ବିଜୟ ସହ ଭାରତର ଅଭିଯାନ ଆରମ୍ଭ , ବାଂଲାଦେଶକୁ ୮୪ ରନରେ ଦେଲା ମାତ୍ l
➡️୧୯-ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ସମସ୍ତ ୫ ଟେଷ୍ଟରୁ ବାଦ୍ ପଡ଼ି ପାରନ୍ତି ମହମ୍ମଦ ଶାମି l ଗୋଇଠିରେ ଆଘାତଜନିତ ସମସ୍ୟା ଯୋଗୁଁ ଶାମିଙ୍କୁ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଦଳରେ ସ୍ଥାନ ମିଳିନି।
➡️୨୦-ଅଷ୍ଟ୍ରେଲିଆ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟ ୩ ଦିନରେ ହେଲା ଶେଷ l ୧୦ ଉଇକେଟରେ ବିଜୟୀ ହେଲା ଅଷ୍ଟ୍ରେଲିଆ l