November 24, 2024

ଦୁଇ ବ୍ରାଉନ ସୁଗାର ବେପାରୀ ଗିରଫ ଓ କୋର୍ଟ ଚାଲାଣ…

Share

ଅସ୍ତରଙ୍ଗ,ଅସ୍ତରଙ୍ଗ ପୋଲିସ କୁ ମିଳିଛି ସଫଳତ । ଦୀର୍ଘ ଦିନ ହେବ ଧଳାଜହର ବେପାର ଅସ୍ତରଙ୍ଗ ଅଞ୍ଚଳ ରେ କ୍ଷିପ୍ର ଗତିରେ ବଢୁଥିବା ନେଇ, ବେପାରୀ ଙ୍କ ଉପରେ ଅସ୍ତରଙ୍ଗ ପୋଲିସ ରଖିଥିଲା କଡା ନଜର । ଯାହା ଫଳରେ କି ସୋମବାର ରାତି ୯:୪୫ମିନିଟ ସମୟ ରେ ଅସ୍ତରଙ୍ଗ ପୋଲିସ ବିଶେଷ ସୂତ୍ର ରୁ ଖବର ପାଇ, ସବ୍ ଇନିସ୍ପେକ୍ଟର ସଂଗ୍ରାମ ସ୍ୱାଇଁ ଙ୍କ ନେତୃତ୍ୱ ରେ ଏକ ସ୍ୱତନ୍ତ୍ର ଟିମ୍ ଅସ୍ତରଙ୍ଗ କଲେଜ ଛକ ନିକଟରେ ୨ ଅପରାଧୀ ଙ୍କୁ ରଙ୍ଗୀନ ହାତରେ ଧରିଥିଲା । ଉକ୍ତ ୨ ଯୁବକ ହେଲେ ଓସ୍ତପୁର ଗ୍ରାମ ର ନିରଞ୍ଜନ ସେନାପତି (୪୯), ପିତା -ଭୀମ ସେନାପତି, ଅନ୍ୟ ଜଣେ ଓଳଙ୍ଗର ଗ୍ରାମ ର ବିଦ୍ୟାଧର ସ୍ୱାଇଁ (୩୯), ପିତା -ବୃନ୍ଦାବନ ସ୍ୱାଇଁ । ଉକ୍ତ ୨ ଯୁବକ ଏକ ଜରି ପ୍ୟାକେଟ ରେ ବ୍ରାଉନସୁଗାର ଆଣି ବ୍ୟବସାୟ ଉଦେଶ୍ୟ ରେ ଅଟକି ଥୀବା ବେଳେ କୌଣସି ସୂତ୍ରରୁ ଖବର ପାଇ ତାଙ୍କୁ ଅସ୍ତରଙ୍ଗ ପୋଲିସ କାବୁ କରିବାରେ ସକ୍ଷମ ହୋଇଥିଲା । ତାଙ୍କ ପାଖରୁ ଏକ ହିରୋ ଗ୍ଲାମର ବାଇକ, ନଂ -ଏମ/ସି , ଓ ଡି ଜି ୧୬୬୮, ଏକ ପିସ୍ତଲ, ନଗଦ ୮ ହଜାର ଟଙ୍କା, ୨ ଟି କିପ୍ୟାଡ଼ ମୋବାଇଲ ଫୋନ ସହ, ଆଠ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ତାଙ୍କୁ ଅସ୍ତରଙ୍ଗ ଥାନାକୁ ପୋଲିସ ଆଣି ପଚରାଉଚରା କରି ଅନେକ ତଥ୍ୟ ଆଦାୟ କରା ଯାଇଥିବା ଜଣା ପଡ଼ିଥିବା ବେଳେ, ୧୭/୨୪ରେ ଏକ ମାମଲା ୠଜୁ କରାଯାଇଛି । ତା ସହିତ ମଙ୍ଗଳବାର ଡାକ୍ତରୀ ପରୀକ୍ଷା କରାଯାଇ ଏନଡିପିଏସ ଆକ୍ଟ ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଖୁବ ଶୀଘ୍ର ଅସ୍ତରଙ୍ଗ ଅଞ୍ଚଳ କୁ ଧଳା ଜହର ମୁକ୍ତ କରାଯିବ ବୋଲି ଅସ୍ତରଙ୍ଗ ଥାନା ପୋଲିସ ଅଧିକାରୀ ରାଜେଶ ବଳିୟାର ସିଂ ପ୍ରେସ ବିଜ୍ଞପ୍ତି ମାଧ୍ୟମ ରେ ସୂଚନା ଦେଇଛନ୍ତି l
(ଦୁଃଶାସନ ନାୟକ,ଅସ୍ତରଙ୍ଗ)