April 25, 2026

ୱାଇଜମ୍ୟାନ କ୍ଲବ କଟକ ର ରୌପ୍ୟଜୟନ୍ତୀ ଉଦଯାପନୀ ଦିବସରେ ସମ୍ରିଦ୍ଧି ଦାସ ସମ୍ବର୍ଦ୍ଧିତ

yhfh
Share

ତିର୍ତୋଲ,ୱାଇଜମ୍ୟାନ କ୍ଲବ କଟକର ରୌପ୍ୟ ଜୟନ୍ତୀ ଉଦଯାପନୀ ଦିବସରେ ଏକ ମାସ ଧରି ଚାଲିଥିବା ପ୍ରତିଭା ବିକାଶ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଓଡିଶା ଲୋକସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷ ଡ଼କ୍ଟର ସତ୍ୟଜିତ ମହାନ୍ତି କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ l କଟକ ମିଶନ ରୋଡ ସ୍ଥିତ ଷ୍ଟିୱାର୍ଟ ସଭାଗୃହରେ କ୍ଲବ ର ସଭାପତି ସତ୍ୟ ଗୋପାଳ ପରିଜାଙ୍କ ପୌରହିତରେ ଅନୁଷ୍ଠିତ ଏହି ସଭାରେ ତିର୍ତୋଲ ବ୍ଲୁକ ଅଧିନସ୍ଥ ତେର୍ତାଙ୍ଗ ଗ୍ରାମର ସଂଗ୍ରାମ କୁମାର ଦାସ ଙ୍କ କନ୍ୟା ସମ୍ରିଦ୍ଧି ଦାସ ଙ୍କୁ
ଆଇ ସି ଏସ ଇ -୨୦୨୩ ପରୀକ୍ଷାରେ ୯୬. ୪% ମାର୍କ ରଖିଥିବାରୁ କ୍ଲବ ତରଫରୁ “ସ୍ବର୍ଗତ ଗିରିଶ ଚନ୍ଦ୍ର ପରିଜା ମେଧା ସମ୍ମାନ” ମୁଖ୍ୟ ଅତିଥି ଡ଼କ୍ଟର ମହାନ୍ତି ଫଳକ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ lଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ରୌପ୍ୟ ଜୟନ୍ତୀ ପାଳନ କମିଟି ଅଧ୍ୟକ୍ଷ ପ୍ରସନ୍ନ କୁମାର ନନ୍ଦ,ଜିଲ୍ଲା ଗଭର୍ଣ୍ଣର ଡ଼କ୍ଟର ପ୍ରଭାତ ମିଶ୍ର,ସମ୍ପାଦକ ଜ୍ୟୋତି ରଞ୍ଜନ ସିଂ, ସୁଜିତ ପାଣି, ଡ଼କ୍ଟର ସୁରଜିତ ସାହୁ, ଆଲୋକ କୁମାର ସାହୁ, ବିଦ୍ୟୁତ କୁମାରୀ ଲାଲ ପ୍ରମୁଖ୍ୟ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରୁଥିଲେ l ଏହି କୃତିତ୍ୱ ପାଇଁ ସ୍ବର୍ଗତ ପରିଜାଙ୍କ ପୁତ୍ର ବିକାଶ ଚନ୍ଦ୍ର ପରିଜା, ସମ୍ରିଦ୍ଧିର ଉତ୍ତରତର ଉନ୍ନତି କାମନା କରିବା ସହିତ ସାଧୁବାଦ ଜଣାଇଛନ୍ତି l
(ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା)

You may have missed