November 24, 2024
Share


ମୁଖ୍ୟମନ୍ତ୍ରୀ ପୃଷ୍ଟି ଯୋଜନାରେ କୁକୁଡ଼ାଖଣ୍ଡି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ କୁକୁଡ଼ାଖଣ୍ଡି ବ୍ଳକ ଅଧୀନରେ ଥିବା ବାଲିପଡା ସେକ୍ଟର ଘାଟିପାରି ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହ ଠାରେ କିଶୋରୀ ବାଳିକାମାନଙ୍କୁ ନେଇ ସମ୍ପୂର୍ଣ୍ଣ ବୃଦ୍ଧି ଓ ବିକାଶର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଅଭିଦା ପରଭିନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡିପିସି ଦେବବ୍ରତ ମହନ୍ତ, ସିଡିପିଓ କୁସୁମ କୁମାରୀ ସାହୁ, ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, ସ୍ଥାନୀୟ ସରପଞ୍ଚ ଝିଲି ସେଠୀ,ଡିବ୍ଲୁଏଓ ନାୟକ ବାବୁ , କବିତା ଫୋରବିନ, ବାଲିପଡା ଡ଼ା ଦେବ ଜୁଲାଇ ଦାସ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତି କୁମାରୀ ପଣ୍ଡା ସମେତ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ ବେଳେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ କୁସୁମ କୁମାରୀ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ମେଳାରେ ଉପସ୍ଥିତ ଥିବା ସମସ୍ତ କିଶୋରୀ ମାନଙ୍କ ଉଚ୍ଚତା ଓ ଓଜନ ମାପ କରି ବି ଏମ୍ ଆଇ ବାହାର କରାଗଲା। ଓ ହିମୋଗ୍ଲୋବିନ୍ ଟେଷ୍ଟ କରାଗଲା। କିଶୋରୀ ମାନଙ୍କ ଦ୍ଵାରା ଗୀତ ନାଚ ଓ ଭାଷଣ ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ କରାଗଲା। ଏହା ସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯକ୍ରମ କରାଗଲା। ସିଡ଼ିପିଓ ସାହୁ ଉକ୍ତ ମେଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ କଣ ରହିଛି ଓ କେଉଁ କାର୍ଯ୍ୟଦ୍ଵାରା କିଶୋରୀ ମାନେ ନିଜକୁ ସଶକ୍ତ ଓ ସକ୍ଷମ କରିପାରିବେ କିଶୋରୀ ମାନଙ୍କୁ ଖରାପ ରାସ୍ତା ଆଗକୁ ନେଇଥାଏ ସେ ବିଷୟରେ ବୁଝାଇଥିଲେ । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନାରେ କିଶୋରୀ ମାନଙ୍କୁ ମିଳୁଥିବା ଖାଦ୍ୟ ବିଷୟରେ ପଚାରି ବୁଝିଥିଲେ। ଏଥିରେ ପୁଷ୍ଟିକର ଖାଦ୍ୟ ତଥା ମାଣ୍ଡିଆ , ଗହମ , ଶାଗ , ଛତୁଆରେ ବିଭିନ୍ନ ପ୍ରକାର ପୁଷ୍ଟିକର ଓ ସୁସ୍ୱାଦ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ସମନ୍ବୟ ବିଭାଗ ର ସୁପରଭାଇଜର ମାନେ ହେଲା ଲିଜା ସେଠୀ, ଉଷା ପଟ୍ଟନାୟକ, ସ୍ମିତମୟୀ ପ୍ରଧାନ, ମମତା କୁମାରୀ ପଣ୍ଡା, ପ୍ରତିଭା ମହାନ୍ତି, ସବିତା ଜେନା, ଶର୍ମିଷ୍ଠା ପଣ୍ଡା, ଶାନ୍ତିଲତା ଗମାଙ୍ଗ, ଛବିଲତା ଦେବୀ, ସ୍ୱର୍ଣ୍ଣଲତା ଦେବୀଙ୍କ ସମେତ ପରିଚାଳନା କରିଥିଲା ବେଳେ ବାଲିପଡା ସେକ୍ଟର ପ୍ରମିଳା ଜେନା , ଏଏନଏମ ପଙ୍କଜ ଦେବୀ, ଗୀତାଞ୍ଜଳି ସାହୁ, ସ୍ମିଧା ରଞ୍ଜନ ଚୌଧୁରୀଙ୍କ ସମସ୍ତ ଅଙ୍ଗନବାଡ଼ି କର୍ମୀ , ସହାୟିକା , ପ୍ରାକ ବିଦ୍ୟାଳୟର ଶିଶୁ , କିଶୋରୀ ବାଳିକାମାନେ ଉପସ୍ଥିତ ଥିଲେ । (କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତି ରିପୋର୍ଟ)