November 24, 2024

ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖା ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ….

Share

 

ତା : 14.01.2024 ରିଖ ବୁଧବାର ଦିନ “ଭାରତ ବିକାଶ ପରିଷଦ”, ସତ୍ୟବାଦୀ ଶାଖା ଆନୁକୂଲ୍ୟରେ ସତ୍ୟବାଦୀ ବ୍ଲକ ଛକ ବାଟ ମହାବୀର ମନ୍ଦିର ସାମ୍ନା ମହାବୀର କଲୋନୀରେ ଅବସ୍ଥିତ ଜନ କଲ୍ୟାଣ ଔଷଧାଳୟ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି l ସମସ୍ତ ଅତିଥିମାନଙ୍କ ଗହଣରେ ମେଡ଼ିସିନ ଓ ହୃଦରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୟ କୁମାର ରାଉତ ଉକ୍ତ ସ୍ୱାସ୍ଥ୍ୟ ଶିବିର କୁ ଉଦଘାଟନ କରିଥିଲେ ଏବଂ ତାଙ୍କ ସହ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବିଶ୍ୱରଞ୍ଜନ ପାଢ଼ୀ, ଦାନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଅନିକେଶ ଖୁଣ୍ଟିଆ, ଫିଜିଓଥେରାପିଷ୍ଟ ଡାକ୍ତର ସିଦ୍ଧାର୍ଥ ଶେଖର ପାତ୍ର ଓ ଅବସରପ୍ରାପ୍ତ ଆୟୁର୍ବେଦିକ ଡାକ୍ତର ଗୋପାଳ ଚନ୍ଦ୍ର କର ଉପସ୍ଥିତ ରହି 108 ଜଣ ରୋଗୀ ଙ୍କୁ ଚିକିତ୍ସା ପ୍ରଦାନ କରିଥିଲେ l ଏଠାରେ ମାଗଣାରେ ବିଭିନ୍ନ ପ୍ରକାର ରକ୍ତ ପରୀକ୍ଷା ମଧ୍ୟ କରାଯାଇ ରୋଗୀଙ୍କୁ ସଚେତନ କରାଯାଇଥିଲା l

କୀଟ +2 ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡାକ୍ତର ଚିତ୍ତରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀଗଣେଶଙ୍କ ମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରି ସମସ୍ତଙ୍କୁ ସଠିକ ଖାଦ୍ୟ ଗ୍ରହଣ ସହ ନିୟମିତ ଯୋଗ ପ୍ରାଣାୟାମ ଆଦି କରି ନିଜ ଶରୀର ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ l

ଭାରତ ବିକାଶ ପରିଷଦ, ଓଡିଶା ପୂର୍ବପ୍ରାନ୍ତର ସଭାପତି ସତ୍ୟବାଦୀ ଦାସ, ଓଡିଶା ପୂର୍ବପ୍ରାନ୍ତର ମିଡ଼ିଆ ପ୍ରଭାରୀ ନିହାର ରଞ୍ଜନ ସ୍ୱାଇଁ, ସତ୍ୟବାଦୀ ଶାଖାର ସଭାପତି ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ସଚିବ ନବଘନ ଶତପଥି, ଅର୍ଥ ସଚିବ ବିଜୟ କୁମାର ପରିଡା, ପୃଷ୍ଠ ପୋଷାକ ସୁନାକାର ପତି, ବୃନ୍ଦାବନ ରଥ, ଉପସଭାପତି ଵିଷ୍ଣୁ ମହାରଣା ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ l

ସ୍ୱାସ୍ଥ୍ୟ ସେବା ପ୍ରମୁଖ ଅମୀୟ କୁମାର ସ୍ୱାଇଁଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିର କୁ ସଂଗଠନ ସଚିବ ସୁନୀଲ କୁମାର ବେହେରା, ମହିଳା ସଂଯୋଜିକା ରିତା ତ୍ରିପାଠୀ, ଅନ୍ନଦା ସୁଆର, ଚିନ୍ମୟୀ ରଥ, ବୈଦ୍ୟନାଥ ପାଣି, ଦେବରାଜ ନାୟକ, ପ୍ରଫୁଲ୍ଲ ପଣ୍ଡା, ବ୍ରଜ କିଶୋର ପାଇକରାୟ, ସତ୍ୟ ନାରାୟଣ ମିଶ୍ର, ପଙ୍କଜିନି ମିଶ୍ର, ମନୋରଞ୍ଜନ ମିଶ୍ର, ବ୍ରହ୍ମନନ୍ଦ ମହାରଣା ସ୍ୱାଧୀନ ଶତପଥି, ରବିନ୍ଦ୍ର ନାଥ ଶତପଥି ଓ ସଂଗ୍ରାମ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସୁଚାରୁରୂପେ ପରିଚାଳନା କରିଥିଲେ ll