ବୈଜ୍ଞାନିକ ପଦ୍ଧତିରେ କୁକୁଡ଼ା ଚିଆଁ ଉତ୍ପାଦନ କରି ସଫଳ ହେଲେ କରୁଣାକର…
ରାମନାଗୁଡ଼ା ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ଗୁଲୁଣ୍ଠି ଗ୍ରାମପଞ୍ଚାୟତର ବଡମୁନିଗାଁ ଗ୍ରାମନିକଟରେ ଥିବା କରୁଣାକର ବେହେରାଙ୍କ ରଛୋଟ କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ରରୁ ୧୯୩୭ ଗୋଟି କୁକୁଡ଼ା ଚିଆଁ ସଫଳ ଭାବରେ ଉତ୍ପାଦିତ ହୋଇଅଛି।ଏହି ଛୋଟ କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ରରେ ୨ଗୋଟି ମେସିନ ରହିଥିବାବେଳେ ପ୍ରଥମେ ଅଣ୍ଡା ଗୁଡିକୁ ୧୮ ଦିନ ପର୍ଯ୍ୟନ୍ତ ତାପ ନିୟନ୍ତ୍ରଣ ଯନ୍ତ୍ରରେ ରଖାଯାଇଥାଏ।ତା ପରେ ସେହି ଅଣ୍ଡା ଗୁଡିକୁ ବାହାର କରି କ୍ୟାଣ୍ଡଲିଂ କରି ୩ ଦିନ ପର୍ଯ୍ୟନ୍ତ ଅଣ୍ଡା ଉଷୁମେଇବା ଯନ୍ତ୍ରରେ ରଖାଯାଇ ଥାଏ।ତାପରେ ଏହା ମଧ୍ୟରୁ କୁକୁଡ଼ା ଛୁଆ ଉତ୍ପନ୍ନ ହୋଇଥାଏ।ଏହି ସମ୍ପର୍କରେ ଜାଣିବାପରେ କରୁଣାକର ବେହେରା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର କୃଷ୍ନାନନ୍ଦ ବେହେରା,ଏବଂ ଅତିରିକ୍ତ ପ୍ରାଣୀ ଚିକିତ୍ସକ ପାର୍ଥସାରଥୀ ସ୍ୱାଇଁଙ୍କୁ ଯୋଗାଯୋଗ କରିଥିଲେ।ତାଙ୍କ ଠାରୁ ରାଜ୍ୟ ସରକାରଙ୍କର ଯୋଜନା ବିଷୟରେ ଅବଗତ ହୋଇଥିଲେ। ତତ୍ପରେ ରାଜ୍ୟ ସରକାରଙ୍କ ଠାରୁ ଯୋଗ୍ୟ ବିବେଚିତ ହେଲା ପରେ ରାୟଗଡ଼ା ଜିଲ୍ଲାର ପ୍ରଥମେ ନିୟମ ଅନୁସାରେ ଗୋଟିଏ ଘର ନିର୍ମାଣ କରି ଛୋଟ କୁକୁଡ଼ା ଚିଆଁ ଉତ୍ପାଦନ ଯନ୍ତ୍ର ବସାଇଛନ୍ତି ଏବଂ ରାଜ୍ୟ ସରକାରଙ୍କ ଠାରୁ ୨ ଲକ୍ଷ ୬୪ ହଜାର ଟଙ୍କାର ଆର୍ଥିକ ପ୍ରୋ୍ସାହନ ମଧ୍ୟ ପାଇଛନ୍ତି।ଗତ ୨୨ତାରିଖ ଦିନ ୨୫୧୦ ଗୋଟି ଅଣ୍ଡା ସେଉପରୋକ୍ତ ଯନ୍ତ୍ରରେ ବସାଇଥିଲେ। ଅଣ୍ଡା ବସିଲା ପରେ ଉପଯୁକ୍ତ ତାପମାତ୍ରା ଏବଂ ଆଦ୍ରତା ନିୟନ୍ତ୍ରଣ କରି ସେ ୨୫୧୦ ଗୋଟି ଅଣ୍ଡାରୁ ୧୯୩୭ ଗୋଟି ଚିଆଁ ଫୁଟାଇବାରେ ସଫଳ ହୋଇଛନ୍ତି।ବର୍ତ୍ତମାନ ସମୟରେ ଶ୍ରୀଯୁକ୍ତ ବେହେରା ବ୍ୟାଚ ପିଛା ୫୦୦୦ ଟଙ୍କା ଲାଭ କରିବା ସହିତ ବର୍ଷକୁ ୪୦ ଗୋଟି ବ୍ୟାଚ୍ କରାଯାଇପାରିବ ବୋଲି ସେ କହିଛନ୍ତି।ନିଜର ଏହି ଚେଷ୍ଟା ପାଇଁ ସେ ଉପଖଣ୍ଡ ସ୍ତରରେ ଏବଂ ଜିଲ୍ଲା ସ୍ତରରେ ବେଶ୍ ପ୍ରଶଂସା ଅର୍ଜନ କରିଛନ୍ତି।ତେଣୁ ସେ ରାଜ୍ୟ ସରକାରଙ୍କର ପ୍ରାଣୀ ସମ୍ପଦ ବିକାଶ ବିଭାଗକୁ ଭୂୟସୀ ପ୍ରଶଂସା କରିଛନ୍ତି।
(ରିପୋର୍ଟ ସଞ୍ଜିବ କୁମାର ଦାଶ)