November 22, 2024
Share

➡️୧-୫-ଟି ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ଦ୍ବିତୀୟ ଦିନରେ ମାଲକାନଗିରି, ବାଲେଶ୍ବର, ଗଜପତି, ଢେଙ୍କାନାଳ, କେନ୍ଦୁଝର ଓ କଟକ ଆଦି ୬ଟି ଜିଲ୍ଲାର ୩୨୭ଟି ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୨-କୃଷି ଓଡ଼ିଶା ୨୦୨୪ର ଦ୍ୱିତୀୟ ଦିବସରେ ୩୦ ଏସ୍‌ଏଚ୍‌ଜି ଗ୍ରୁପ୍ କୁ କରାଗଲା ପୁରସ୍କୃତ l ୧୦ ଜଣ ଚାଷୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ନଗଦ ପୁରସ୍କାର କରାଗଲା ପ୍ରଦାନ l

➡️୩-୧୧ଦିନିଆ ବ୍ରତରେ କଡ଼ା ନିୟମ ପାଳୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ l ୧୧ଦିନ ପର୍ଯ୍ୟନ୍ତ ଚଟାଣ କିମ୍ବା କାଠପଲଙ୍କରେ ‌ଶୋଇବେ। ସୂତା ବସ୍ତ୍ର ଧାରଣ କରିବେ ଏବଂ ବ୍ରହ୍ମ ମୁହୂର୍ତ୍ତରେ ଉଠି ପ୍ରାର୍ଥନା, ଜପ, ତପ ଓ ଧ୍ୟାନ କରିବେ। ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ସାତ୍ବିକ ଭୋଜନ ମଧ୍ୟ ଗ୍ରହଣ କରିବେ।

➡️୪-ବିଦେଶୀ ପକ୍ଷୀ ଓ ବଉଳା କୁମ୍ଭିରଙ୍କ ଗଣନା ଶେଷ ହେବା ପରେ ଆଜି ଠାରୁ ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକ ଙ୍କ ପାଇଁ ଖୋଲିବ l ଚଳିତମାସ ୫ ତାରିଖ ରୁ ୧୩ ତାରିଖ ଯାଏଁ ଭିତରକନିକା ବନ୍ଦ ରହିଥିଲା।

➡️୫-ସୁନେଲି ଆଲୋକରେ ଝଲସିବ ଶ୍ରୀମନ୍ଦିର ମେଘନାଦ ପାଚେରୀ, ସମୀକ୍ଷା ପରେ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା l

➡️୬-ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟା 1811ରେ ପହଁଚିଲା, ଗତ ବର୍ଷ ଠାରୁ ଅଛନ୍ତି 18 କୁମ୍ଭୀର ଅଧିକ l

➡️୭-ବିଶ୍ୱର ସର୍ବୋତ୍ତମ ଚାଉଳର ମାନ୍ୟତା ପାଇଲା ଭାରତର ବାସୁମତି ରାଇସ୍। ଲୋକପ୍ରିୟ ଖାଦ୍ୟ ବିଶ୍ଳେଷକ ସଂସ୍ଥା ‘ଟେଷ୍ଟ ଆଟ୍‌ଲାସ୍’ ବାସୁମତି ରାଇସ୍‌କୁ ୨୦୨୩-୨୪ ବର୍ଷର ବିଶ୍ୱର ସର୍ବୋତ୍ତମ ଚାଉଳ ବୋଲି କଲା ଘୋଷଣା l

➡️୮-ଚଳିତ ରବି ସିଜନରେ ମସୁର ଉତ୍ପାଦନରେ ରେକର୍ଡ କରିବ ଭାରତ l ମସୁର ଉତ୍ପାଦନ ୧୬ ଲକ୍ଷ ଟନ୍ ହୋଇପାରେ ବୋଲି ଖାଉଟି ବ୍ୟାପାର ସଚିବ ରୋହିତ କୁମାର ସିଂହ ଦେଲେ ସୂଚନା l

➡️୯-ଖୁବଶୀଘ୍ର କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ନୂଆ ପ୍ୟାକେଜ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି ସୂଚନା ଦେଲେ କାର୍ତ୍ତିକ ପାଣ୍ଡିଆନ।

➡️୧୦-ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଅଯୋଧ୍ୟା ଯିବ ମଧ୍ୟପ୍ରଦେଶର ଉଜେନରୁ ବାବା ମହାକାଳଙ୍କ ଲଡୁ ପ୍ରସାଦ ୩ ଟ୍ରକ୍‌ ଲଡୁ, ପ୍ରସ୍ତୁତିରେ ଲାଗିଛନ୍ତି ୧୦୦ କାରିଗର l

➡️୧୧-ପ୍ରଖ୍ୟାତ ଶାସ୍ତ୍ରୀୟ ସଂଗୀତଜ୍ଞା ଡକ୍ଟର ପ୍ରଭା ଆତ୍ରେଙ୍କର ୯୨ ବର୍ଷ ବୟସରେ ପୁଣେସ୍ଥିତ ତାଙ୍କ ବାସଭବନରେ ହୃଦ୍‌ଘାତରେ ହେଲା ପରଲୋକ l ସେ ଜଣେ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ହେବା ସହ ଜଣେ ଶିକ୍ଷାବିତ୍, ଗବେଷିକା, ସଙ୍ଗୀତକାର ଓ ଲେଖିକା ମଧ୍ୟ ଥିଲେ।

➡️୧୨-ରାଜ୍ୟ ରେଳ ମାନଚିତ୍ରରେ ଯୋଡି ହେଲା ନୀଳଗିରି, ମେମୁ ଟ୍ରେନର ଶୁଭାରମ୍ଭ କଲେ ଅଶ୍ୱିନୀ ବୈଷ୍ଣବ l ଗୋପିନାଥପୁର ରେଳ ଷ୍ଟେସନର ଉଦଘାଟନ କରିବା ସହ, ନୀଳଗିରିରେ ପତାକା ଦେଖାଇ ବାଲେଶ୍ୱର- ଗୋପୀନାଥପୁର- ନୀଳଗିରି ମେମୁ ଟ୍ରେନର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

➡️୧୩-ଶେଷ ହେଲା ଇଣ୍ଡିଆ ମେଂଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଗତକାଲିର ବୈଠକରେ ମେଂଟ ନେଲା ବଡ ନିଷ୍ପତି । ମନା କଲେ ନୀତୀଶ, ମଙ୍ଗ ସମ୍ଭାଳିବେ ମଲ୍ଲିକାର୍ଜୁନ l

➡️୧୪-ପଶ୍ଚିମବଙ୍ଗର ଗଙ୍ଗାସାଗର ମେଳାକୁ ଯାଉଥିବା ଉତ୍ତରପ୍ରଦେଶର ୩ ଜଣ ସାଧୁଙ୍କୁ ଉଲଗ୍ନ କରି ଆକ୍ରମଣ କରିବା ଅଭିଯୋଗରେ ୧୨ ଜଣଙ୍କୁ କରାଗଲା ଗିରଫ l

➡️୧୫-ଭେଲ୍‌କୁ ମିଳିଲା ୧୫ ହଜାର କୋଟିର ପ୍ରକଳ୍ପ, ଝାରସୁଗୁଡ଼ାରେ ହେବ ୨୪୦୦ ମେଗାୱାଟ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର l

➡️୧୬-ତାଇୱାନର ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଚୀନର ସ୍ୱପ୍ନକୁ ଦେଲା ଭାଙ୍ଗି l ରିପୋର୍ଟ ଅନୁଯାୟୀ, ତାଇୱାନର ବର୍ତ୍ତମାନର ଉପରାଷ୍ଟ୍ରପତି ଲାଇ ଚିଙ୍ଗ-ତେ ରାଷ୍ଟ୍ରପତି ନିର୍ବାଚନରେ ହେଲେ ବିଜୟୀ l

➡️୧୭-ଆମେରିକା ନୌସେନାର ୨ ଜଣ ନାବିକ ସୋମାଲିୟା ଉପକୂଳରେ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ସନ୍ଧାନ ନେବା ପାଇଁ ଚାଲିଛି ଏବେ ଅଭିଯାନ l

➡️୧୮-ଆଜି ଖେଳାଯିବ ଭାରତ-ଆଫଗାନିସ୍ତାନ ମଧ୍ୟରେ ଦ୍ବିତୀୟ ଟ୍ବେଣ୍ଟି-୨୦ : ମ୍ୟାଚ୍‌ ସହ ଶୃଙ୍ଖଳାକୁ ଜିତିବା ଲକ୍ଷ୍ୟରେ ରହିବ ଭାରତ l

➡️୧୯-କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ଅଲ୍ଟିମେଟ ଖୋ ଖୋ ସିଜନ ୨ର ଚାମ୍ପିଅନ ହେଲା ଗୁଜରାଟ ଜାଏଂଟ୍ସ l ଚେନ୍ନାଇ କ୍ୱିକ ଗନ୍‌ସକୁ ୩୧-୨୬ ପଏଂଟରେ ପରାଜିତ କରି ଟାଇଟଲ କଲା ହାସଲ l

➡️୨୦-ଶେଷ ହେଲା ଗୋଆର ପାଣାଜୀ ସହରସ୍ଥିତ ଜିଏମ୍‌ସି ଆଥଲେଟିକ୍ସ ଷ୍ଟାଡିୟମରେ ଚାଲିଥିବା ୨୨ତମ ଜାତୀୟ ପାରା ଅଥଲେଟିକ୍ ଚାମ୍ପିଅନସିପ୍‌ l ଗତକାଲି ଅନ୍ତିମ ଦିନରେ ମିଳିଲା ଆଉ ୪ ସ୍ୱର୍ଣ୍ଣ ଓ ୧ କାଂସ୍ୟ ପଦକ l

➡️୨୧-ଇତିହାସ ରଚିଲେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ଯୋଡି ସାତ୍ତ୍ୱିକ-ଚିରାଗ, ମାଲେସିଆ ଓପନ୍ ଫାଇନାଲରେ ପହଞ୍ଚିବାରେ ହେଲେ ପ୍ରଥମ ଭାରତୀୟ ଯୋଡ଼ି l

➡️୨୨-ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ଇମେରାଲ୍ଡ ହାଇସ୍କୁଲ ପଡ଼ିଆରେ ଓଡ଼ିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ରଣଜୀ ମ୍ୟାଚ୍‌ ରେ ଚମକିଲେ ଶୁଭ୍ରାଂଶୁ, ହାସଲ କଲେ କ୍ୟାରିୟରର ପ୍ରଥମ ଦ୍ବିଶତକ l