November 23, 2024

ପ୍ରଥମ ପର୍ଯ୍ୟାୟ ସାମର୍ଥ୍ୟ ତାଲିମ ଶିବିର ଅନୁଷ୍ଠିତ

Share

ବୁଗୁଡା : ତା ୧୫/୦୨/୨୩ : ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ସାମର୍ଥ୍ୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତ୍ରିଦିବସୀୟ ଶିବିରକୁ ଜିଲ୍ଲା ଶିକ୍ଷାଧିକାରୀ ବିନିତା କୁମାରୀ ସେନାପତି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଏଥିରେ ବିଇଓ କବିବର ପ୍ରଧାନ ଓ ଏବିଇଓ ସିମାଞ୍ଚଳ ସେଠୀ ଯୋଗ ଦେଇଥିଲେ । ଏଥିରେ ୫୦ଟି ବିଦ୍ୟାଳୟରୁ ଜଣେ ଲେଖାଏଁ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ସାଧନ କର୍ମୀ ଭାବେ ଦିଲ୍ଲୀପ କୁମାର ଗନ୍ତାୟତ , ସୋନାଲିନ୍ ପଣ୍ଡା , ରଶ୍ମି ରଞ୍ଜନ ଅଟ , କମଳ ଲୋଚନ ପାଣିଗ୍ରାହୀ ଯୋଗ ଦେଇ ସେମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ । ଏ ଅବସରରେ ଭିନ୍ନକ୍ଷମ ବ୍ଯକ୍ତିଙ୍କ ଅଧିକାର ଅଧିନିୟମ – ୨୦୧୬ ଏବଂ ଜାତୀୟ ଶିକ୍ଷା ନୀତି-୨୦୨୦ ସମ୍ପର୍କେ ଶିବିରାର୍ଥୀଙ୍କୁ ଅବଗତ କରାଯିବା ସାଙ୍ଗକୁ ୨୧ ପ୍ରକାର ଭିନ୍ନକ୍ଷମତାକୁ ଚିହ୍ନଟ ପ୍ରକ୍ରିୟା ଏବଂ ଛାତ୍ରଛାତ୍ରୀଙ୍କୁ ବର୍ଗୀକରଣ ପୂର୍ବକ ଶିକ୍ଷଣ ସାମଗ୍ରୀ ବ୍ଯବହାର କରି ଶିକ୍ଷା ଦାନ ସହିତ ଶ୍ରେଣୀ କାର୍ଯ୍ୟ ପରିଚାଳନା ନିମିତ୍ତ ତାଲିମ୍ ପ୍ରଦାନ କରାଯାଇଥିଲା । ଏହି ଶିବିର ପରିଚାଳନାରେ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ଡାକୁଆ ସକ୍ରିୟ ସହଯୋଗ କରିଥିଲେ ।