March 13, 2026

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ 136 ତମ ଜନ୍ମ ବାର୍ଷିକ ଉଛବ ପାଳିତ ….

ujhui
Share

 

 

 

ଗଞ୍ଜାମ ସହର ସ୍ଥିତ ଗଞ୍ଜାମ ସତସଙ୍ଗ ବିହାର ପକ୍ଷରୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ପୁଣ୍ୟ 136 ତମ ଜନ୍ମ ବର୍ଷିକି ସହ ଗଞ୍ଜାମ ସତସଙ୍ଗ ବିହାର ପ୍ରଥମ ସ୍ମୃତି ମହାମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ରେ ଭୋରୁ ଉଷା କୀର୍ତନ, ସକାଳ ବିନୀତ ପ୍ରାଥନା, ପରେ ଅପରାହ୍ନ ରେ ନଗର କୀର୍ତନ ବିରାଟ ଶୋଭାଯାତ୍ରା ରେ ଗଞ୍ଜାମ ସହର ପରିକ୍ରମା କରଥିଲେ l ପରେ ସତସଙ୍ଗ କେନ୍ଦ୍ର ରେ ସନ୍ଧ୍ୟା ରେ ସତସଙ୍ଗ ଆରମ୍ଭ ହୋଇଥିଲା l ରିତିକ ରବୀନ୍ଦ୍ର ପଟ୍ଟନାୟକ ଙ୍କ ଅଧକ୍ଷ ତା ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଭଜନ, କୀର୍ତନ, ଓ ସତସଙ୍ଗ ଓ ସଦଆଲୋଚନା ଶେଷରେ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା l ଏହି ମହୋତ୍ସବ ରେ ରିତିକ ବିଜୟ ପଣ୍ଡା, ଉପେନ୍ଦ୍ର ସାହୁ, ବି ପାର୍ଶ୍ୱୟi,ଯାଜକ କର୍ମୀ ଗଜେନ୍ଦ୍ର ତାରାଇ, ଭାସ୍କର ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ଦାସ, କେ ଦୁର୍ଯ୍ୟୋଧନ ରେଡି, ଯୁଧିଷ୍ଠିର ନନ୍ଦ,ସନ୍ତୋଷ ସାହୁ ସମେତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଗଦାଧର ଦାସ, ସାଲୁ, ଜ୍ୟୋତି, ଦେବୁ, ସାନୁ, ସୁମିତ୍ରା, ଭାନୁ, ଅମୁଲ୍ୟ, ବନିତା, ସନ୍ଧ୍ୟା, ସମେତ ଅନ୍ୟ ମାନେ ସହଯୋଗ କରିଥିଲେ l ଗଞ୍ଜାମ ବ୍ଲକ ସମେତ ଜିଲ୍ଲା ର ବିଭିନ୍ନ ଅଂଚଳ ରୁ ବହୁ ଲୋକଙ୍କ ସମାଗମ ହୋଇଥିଲା l(ପ୍ରଦୀପ କୁମାର ପଣ୍ଡା)