ଗଜପତି:- ଫାଇଲେରିଆ(ବାତଜ୍ୱର) ରୋଗ’ର ପରିଚାଳନା ଏବଂ ଶାରିରୀକ ଅସାମର୍ଥ୍ୟ’ର ନିରାକରଣ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ..
ଗଜପତି ଜିଲ୍ଲା କାଶୀନଗର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର’ର ସମ୍ମିଳନୀ କକ୍ଷ ଠାରେ ଆଜି ବ୍ଲକସ୍ତରୀୟ ଫାଇଲେରିଆ(ବାତଜ୍ୱର) ରୋଗ’ର ପରିଚାଳନା ଏବଂ ଶାରିରୀକ ଅସାମର୍ଥ୍ୟ’ର ନିରାକରଣ ସମ୍ପର୍କିତ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସର’ରେ ଅନୁଷ୍ଠିତ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ରେ କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର’ର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀମତୀ ଗୀତାରାଣୀ ପାଣିଗ୍ରାହି ଯୋଗଦେଇ କାର୍ଯ୍ୟକ୍ରମ’ର ଆଭିମୁଖ୍ୟ ତଥା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିବା ସହ କ୍ୟୁଲେକ୍ସ ଏବଂ ମନସୋନିଆ ମଶା ଯୋଗୁଁ ଏହି ରୋଗ ହୋଇଥାଏ , ତେଣୁ ମଶାବଂଶ ଲୋପ ପାଇଁ ଜନସଚେତନତା’ର ଆବଶ୍ୟକତା ଉପରେ ଉପସ୍ଥିତ ସମସ୍ତ’ଙ୍କୁ ଅବଗତ କରାଇ ଥିଲେ। ।
ସେହିଭଳି ଏହି କାର୍ଯ୍ୟକ୍ରମ’ରେ ଅନ୍ୟ ମାନଙ୍କ ମଧ୍ୟରେ କାଶୀନଗର ସିଏଚସି: ର ଭାରପ୍ରାପ୍ତ ମେଡିକଲ ଅଫିସର ଡ଼ାଃ ସୌମ୍ୟ ରଞ୍ଜନ ଦାସ ଏବଂ ଖାଣ୍ଡବା ସେକ୍ଟର ସ୍ୱାସ୍ଥ୍ୟ କେନ୍ଦ୍ର’ର ମେଡିକଲ ଅଫିସର ଡ଼ାଃ ରାଜେଶ ବିଶ୍ଵାଳ ପ୍ରମୁଖ ମଞ୍ଚାସିନ ରହି ଫାଲେରିଆ ରୋଗ’ର କାରଣ , ଲକ୍ଷଣ ଓ ତାର ଚିହ୍ନଟକରଣ ସମ୍ପର୍କରେ କହିବା ସହ ଏଭଳି ରୋଗୀ ଦେଖା ଦେଲେ ତୁରନ୍ତ ଡାକ୍ତର’ଙ୍କ ପରାମର୍ଶ ନେଇ ଔଷଧ ସେବନ କରିଲେ , ରୋଗୀ ରୋଗମୁକ୍ତ ହୋଇପାରିବ ବୋଲି କହି ଶୋଇବା ବେଳେ ମଶାରୀ ବ୍ୟବହାର କରିବା ଉପରେ ଅଧିକ ଗୁରୁତ୍ୱାରୋପ କରିଥିଲେ ।
ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିବିଡି: ତଥା ମଶା-ବାହିତ ରୋଗ ବିଶେଷଜ୍ଞ ଶିବମ ଶୁକ୍ଳା କାର୍ଯ୍ୟକ୍ରମ’ରେ ଯୋଗ ଦେଇ ଫାଇଲେରିଆ ଏକ ମଶା ବାହିତ ରୋଗ , କୁଲେକ୍ସ ଏବଂ ମନ-ସୋନିଆ ମଶା ଏହି ରୋଗ’ର ବାହକ ବୋଲି କହି ଏହି ରୋଗ’ର ଲକ୍ଷଣ ଓ ରୋଗ’ର ବିଭିନ୍ନ ଷ୍ଟେଜ , ନିରାକରଣ ଓ ସାବଧାନତା , ରୋଗ ପରିଚାଳନା ଏବଂ ଏହାର ଚିକିତ୍ସା ପଦ୍ଧତି ପ୍ରଭୃତି ଉପରେ ପ୍ରୋଜେକ୍ଟର ସ୍ଲାଇଡ୍ ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଇ ଉପାଦେୟ ତଥ୍ୟ ସବୁ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମ ଅବସର’ରେ ଭିବିଡି ଟେକ୍-ସୁପରଭାଇଜର ଶ୍ରୀ ସ୍ନେହାଶିଷ ସାମଲ ଯୋଗଦେଇ କାର୍ଯ୍ୟକ୍ରମ’ରେ ଉପସ୍ଥିତ ଥିବା ଫାଲେରିଆ ତଥା ବାତଜ୍ୱର ରୋଗୀ’ଙ୍କ କ୍ଷତ ସ୍ଥାନ ସଫା କରିବା ସହ କ୍ଷତ ସ୍ଥାନରେ ଏଣ୍ଟି-ବାୟୋଟିକ ମଲମ ଲଗାଇ ଥିଲେ ।
ଏହି କାର୍ଯ୍ୟକ୍ରମ’ରେ କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ସମସ୍ତ ସେକ୍ଟର’ର ମେଡିକଲ ଅଫିସର , ବହୁମୁଖି ସ୍ୱାସ୍ଥ୍ୟ ସୁପରଭାଇଜର ଓ ସ୍ବାସ୍ଥ୍ୟକର୍ମୀ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମ’କୁ ସ୍ୱାସ୍ଥ୍ୟ କେନ୍ଦ୍ର’ର ପିଏଚଇଓ: ଗୀତାରାଣୀ ପାଣିଗ୍ରାହୀ , ବିପିଏମ୍-ପି: ଇଶ୍ୱରୀ ଆମ୍ମା , ଭିବିଡି:-ଟେକ୍ନିକାଲ ସୁପରଭାଇଜର ଶ୍ରୀ ସ୍ନେହାସିଷ ସାମଲ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।
(ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)