ପାତ୍ରପୁର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ
ପାତ୍ରପୁର ପଞ୍ଚାୟତ ସମିତି ର ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଗତ ବୈଠକ ରେ ସାଂସଦ ପ୍ରତିନିଧି ମଞ୍ଚରେ ବସିବା ନେଇ ହଟଗୋଳ ହୋଇ ବୈଠକ ବାତିଲ ହୋଇଥିବା ବେଳେ ଆଜି ର ବୈଠକ ରେ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଉଷା ଦେବୀ କିମ୍ୱା ତାଙ୍କ ପ୍ରତିନିଧି, ସାଂସଦ କିମ୍ୱା ସାଂସଦ ପ୍ରତିନିଧି ଯୋଗ ଦେଇ ନ ଥିବା ବେଳେ ବି ଜେ ଡି ସମର୍ଥିତ ସରପଞ୍ଚ ସମିତି ସଭ୍ୟ ମାନେ ମଧ୍ୟ ଯୋଗ ଦେଇନଥିଲେ। ଅଧ୍ୟକ୍ଷା ୱାଇ ସଂଯୁକ୍ତା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସମିତି ବୈଠକ ରେ ଉପାଧକ୍ଷ ଅନାଦି ପଣ୍ଡିତ ଓ ବି ଡି ଓ ପ୍ରକାଶ ଚନ୍ଦ୍ର ଦାସ ମଞ୍ଚସ୍ଥ ହୋଇଥିବା ବେଳେ ଅଧ୍ୟକ୍ଷା ଙ୍କ ଅନୁରୋଧ କ୍ରମେ ଆଜିର ଦିନରେ ପୁଲୱାମା ରେ ସହିଦ୍ ହୋଇଥିବା ସୈନିକ ମାନଙ୍କ ସଦଗତି କାମନା ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସମିତି ବୈଠକ ନିର୍ଦ୍ଧାରିତ ସମୟରେ ନ ବସି ବହୁ ବିଳମ୍ୱ ରେ ବୈଠକ ବସିଥିବାରୁ ଅଧ୍ୟକ୍ଷା କ୍ଷୋଭ ପ୍ରକାଶ କରିବା ସହ ନିୟମ ମୁତାବକ ନିର୍ଦ୍ଧାରିତ ସମୟରେ ସମିତି ବୈଠକ କରିବା ପାଇଁ ପ୍ରକାଶ କରିଥିଲେ। ସ୍ୱାସ୍ଥ୍ୟ ବିଭାଗ ପାତ୍ରପୁର ବ୍ଳକ ରେ ଦୟନୀୟ ଅବସ୍ଥା ରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କ ରେ ଡ଼ାକ୍ତର ନିଯୁକ୍ତି ସହ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା କୁ ତ୍ୱରାନ୍ୱିତ କରିବାକୁ ଅଧ୍ୟକ୍ଷା ପ୍ରକାଶ କରିବା ସହ, ମହନ୍ତ ଶ୍ରୀ ପରଙ୍କୁଶ ବିଦ୍ୟାପୀଠ ରେ ଥିବା ଶିକ୍ଷକ ମରୁଡି କୁ ପୂରଣ କରିବା ପାଇଁ ଏବଂ ପାତ୍ରପୁର କୁ ଏନ୍ ଏ ସି କରିବା ପାଇଁ ଦାବି କରିଥିଲେ। ଗତ ବୈଠକ ର ଆଲୋଚିତ ବିଷୟ କାର୍ଯ୍ୟକାରୀ ହେଉନାହିଁ ବୋଲି ଜୟନ୍ତିପୁର ସମିତି ସଭ୍ୟ ବାଲାଜୀ ପାଢୀ କ୍ଷୋଭ ପ୍ରକାଶ କରିବା ସହ ନିମ୍ନ ମାନର ଛତୁଆ ବଣ୍ଟନ, ଜି କେ ଏସ ର କାର୍ଯ୍ୟକାରିତା କୁ ନେଇ ସି ଡ଼ି ପି ଓ ଙ୍କୁ ପ୍ରଶ୍ନ କରିଥିଲେ। ଆନ୍ଧ୍ର ପିଲାଙ୍କୁ ଓଡିଶା ରେ ପଞ୍ଜୀକୃତ କରାଇ ଏସ୍ ଏନ୍ ପି କୁ ହଡ଼ପ କରାଯାଉଛି ବୋଲି ଅଧ୍ୟକ୍ଷା ସି ଡି ପି ଓ ଙ୍କୁ ଅଭିଯୋଗ କରିଥିଲେ। ସେହିପରି ବରଙ୍ଗ ପି ଏଚ୍ ସି ର ଆମ୍ବୁଲାନ୍ସ ସେବା, ଜମୁ ଗଣ୍ଡ ନାଳ ରେ ବ୍ରିଜ ନିର୍ମାଣ ,ଧାନ ମଣ୍ଡିର ଚାଷୀ ମାରଣ ନୀତି, ତେଲୁଗୁ ଶିକ୍ଷକ ନିଯୁକ୍ତି, ତହସିଲ ଓ କୃଷି ବିଭାଗ ରେ କର୍ମଚାରୀ ମରୁଡି,ଜୟନ୍ତୀ ପୁର ସ୍କୁଲ କୁ ୫ଟି ସ୍ମାର୍ଟ ସ୍କୁଲ୍ କୁ କଟା ଯାଇଥିବା , ଟି ଡି ଏ ର କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷା ଙ୍କୁ କିମ୍ୱା ଜନ ପ୍ରତିନିଧି ଙ୍କୁ ଅବଗତ କରା ନ ଯାଉଥିବା ଜରଡ଼ା ଥାନା ରେ କର୍ମଚାରୀ ମାନଙ୍କ ପାଇଁ କ୍ୱାର୍ଟର ନିର୍ମାଣ ଓ ବ୍ଲକ୍ ରେ ସ୍ମାର୍ଟ ଟଏଲେଟ୍ ନିର୍ମାଣ ଭଳି ବିଭିନ୍ନ ବିଭାଗ ର ବିଷୟ ବସ୍ତୁ ଉପରେ ଆଲୋକପାତ ହୋଇଥିଲା। ବୈଠକ ରେ ଅନେକ ସରପଞ୍ଚ ସମିତି ସଭ୍ୟ ଓ ବ୍ଲକ୍ କର୍ମଚାରୀ ମାନେ ଯୋଗ ଦେଇଥିଲେ। ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଧୀରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ସମସ୍ତ ବି ଜେ ଡି ସମର୍ଥିତ ସମିତି ସଭ୍ୟ ମାନେ ଅନୁପସ୍ଥିତ ଥିବା ବେଳେ ଅଧ୍ୟକ୍ଷା ଙ୍କୁ ସମର୍ଥନ କରିଥିବା ତୁରୁବୁଡ଼ି ସମିତି ସଭ୍ୟ ଭାରତ ଭୂଷଣ ସାହୁ ସମିତି ବୈଠକ ରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ପାତ୍ରପୁର ବ୍ଳକ ରୁ ସନ୍ତୋଷ କୁମାର ପ୍ରଧାନ ଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡ଼ିଶା