September 21, 2024

ବରିଷ୍ଠ ଆଇନଜୀବୀ ବିଜୟ କୁମାର ଜେନାଙ୍କ ଦେହାନ୍ତ…

Share

ବୁଗୁଡ଼ା :  ବୁଗୁଡ଼ା ଅଞ୍ଚଳର ଜଣାଶୁଣା ବରିଷ୍ଠ ଆଇନଜୀବୀ ବିଜୟ କୁମାର ଜେନା(୭୬)ଙ୍କୁ ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଶାରୀରିକ ଅସୁସ୍ଥତା ଯୋଗୁଁ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା ବେଳେ ଶୁକ୍ରବାର ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା । ଏ ଖବର ପ୍ରଚାରିତ ହେବା ପରେ ବୁଗୁଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ନିଜ ଗାଁ ଆଦିପୁରରେ ତାଙ୍କ ମର ଶରୀର ପହଞ୍ଚିବା ପରେ ବହୁ ବିଶିଷ୍ଟ ବ୍ଯକ୍ତି ତାଙ୍କର ଅନ୍ତିମ ଦର୍ଶନ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ସେ ଦୀର୍ଘ ଦିନ ଧରି ଭଞ୍ଜନଗର କୋର୍ଟରେ ସରକାରୀ ଓକିଲ ଭାବେ କାର୍ଯ୍ୟ କରିଥିଲେ ଏବଂ ଅଞ୍ଚଳରେ ଜଣେ ଟାଣୁଆ ଓକିଲ ଭାବେ ପରିଚିତ ଥିଲେ ।