April 25, 2026

କୋଷ୍ଟ ଗାର୍ଡ ଦ୍ବାରା ଟ୍ରଲର ଜବତ ….

klnioho
Share

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ଦେବୀ ମୁହାଁଣ ର ଅନତି ଦୂରରେ ସମୁଦ୍ର ଜଳ ରାଶିରେ ଗୁରୁବାରଦିନ ମାଛ ମାରୁଥିବା ଏକ ଟ୍ରକର କୁ କୋଷ୍ଟ ଗାର୍ଡ ଜବତ କରିଛି। କଟକ ଜିଲ୍ଲା ନମ୍ୱର୍ ଥିବା ଏହାର
ନାମ ମା ଜଗେଶ୍ୱରି ରହିଥିବା ବେଳେ,ଏହାର ନମ୍ୱର୍ OR05MM/339 ଅଟେ । କୋଷ୍ଟ ଗାର୍ଡ ସମୁଦ୍ର ଜଳ ରାଶିରେ ପଇଁତରା ମାରୁଥିବା ବେଳେ ଦେବୀ ମାଉଥ ର ଅନତି ଦୂରରେ ଏହି ଟ୍ରଲର ଟି ମାଛ ମାରୁଥିବା ଦେଖି ଟ୍ରଲର ଟିକୁ ଜବତ କରି ଅସ୍ତରଙ୍ଗ ବନ ବିଭାଗ କୁ ବାର୍ତା ପ୍ରେରଣ କରି ଥିଲା ।ବନବିଭାଗ କୋଷ୍ଟ ଗାର୍ଡ ଠାରୁ ଖବର ପାଇ ଦେବୀ ମାଉଥ ଫରେଷ୍ଟର ବିରଜା ମହାପାତ୍ର,ଙ୍କ ନେତୃତ୍ବରେ ଏ ପି ଆର ଫୋର୍ସ,କଚ୍ଛପ ସୁରକ୍ଷା ସ୍କ୍ୱାର୍ଡ,ବନବିଭାଗ କର୍ମ ଚାରି ଯୋଗେନ୍ଦ୍ର ପ୍ରଧାନ ଓ ଶଶିକାନ୍ତ ସେଠୀ ପ୍ରମୁଖ ଦେବୀ ମାଉଥ ରେ ପହଞ୍ଚିଲା ପରେ କୋଷ୍ଟ ଗ୍ୟାର୍ଡ ଟ୍ରଲର ସହ ଛ ଜଣ ମତ୍ସଜୀବୀଙ୍କୁ ବନ ବିଭାଗ କୁ ହସ୍ତାନ୍ତର କରିଥିଲା । ବନବିଭାଗ ଟ୍ରଲର ଟିକୁ ତାର ହେପାଜତକୁ ଆଣି ଛ ମତ୍ସଯିବି ଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ବେଳେ,ଶୁକ୍ରବାର ଦିନ ଟ୍ରଲର ଟିକୁ ମତ୍ସ ବିଭାଗ କୁ ହସ୍ତାନ୍ତର କରିଥିବାର ଜଣା ପଡ଼ିଛି । ମତ୍ସ୍ୟ ବିଭାଗ ଟ୍ରଲର ର ବିଚାର ନ ହେବା ପଯ୍ୟନ୍ତ କୁଜଙ୍ଗ ମତ୍ସ୍ୟ ଅଧିକାରୀ ଙ୍କ ଅଧୀନ ରେ ଟ୍ରଲର ଟିକୁ ରଖିବ ବୋଲି ଜଣାପଡିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ,ଅଲିଭ ରିଡ଼ଲେ କଇଁଚ ଙ୍କ ସଙ୍ଗମ ଓ ଅଣ୍ଡା ଦିଆ ଋତୁ ଚାଲୁ ଥିବାରୁ ମାର୍ଚ୍ଚ ପର୍ଯ୍ୟନ୍ତ ସମୁଦ୍ର ରୁ କେହି ମାଛ ନ ଧରିବା ପାଇଁ ସରକାର କଟକଣା ଜାରି କରିଛନ୍ତି ।
(ଦୁଃଶାସନ ନାୟକ,ଅସ୍ତରଙ୍ଗ)