September 21, 2024

ବାଲିପଦର ଡିଗ୍ରୀ କଲେଜର ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ….

Share

ବୁଗୁଡା :  ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଡିଗ୍ରୀ କଲେଜ ପକ୍ଷରୁ ଆୟୋଜିତ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । କଲେଜ ଅଧ୍ଯକ୍ଷ ବିବେକାନନ୍ଦ ପଟ୍ଟନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , ମୁଖ୍ୟ ବକ୍ତା ବାଲିପଦର କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସେନାପତି , ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ , ଜିଲ୍ଲା ପରିଷଦ ସଦସ୍ୟା ସମିତା ସ୍ବାଇଁ , କଳମ୍ବ ସରପଞ୍ଚ ପ୍ରଦୀପ କୁମାର ଜେନା , କଲେଜ ପରିଚାଳନା ସମିତି ସଭାପତି ହରିହର ବିଷୋୟୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ କ୍ରୀଡା , ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକଳାପର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ନୋଡାଲ ଅଫିସର ଅଧ୍ଯାପକ ଅମୀୟ କୁମାର ସ୍ବାଇଁଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ ଭଞ୍ଜ କିଶୋର ଗୌଡ , ଅଧ୍ୟାପକ ଗୋପୀନାଥ ମହାନ୍ତି , ଜିତେଶ ରାଓ ଦୋରା , ପ୍ରେମାନନ୍ଦ ପ୍ରଧାନ, ଅଧ୍ୟାପିକା ମିନତି ଆଚାରୀ , ଭକ୍ତଲତା ମହାପାତ୍ର ଓ ସଲୀଲା ନାୟକ ପ୍ରମୁଖ ପରିଚାଳନା କରିଥିଲେ ।