September 21, 2024

ପଟିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମ୍ୟ କ୍ୟାମ୍ପ କୋର୍ଟ ଅନୁଷ୍ଠିତ….

Share


ହାଇକୋର୍ଟ ଙ୍କ ନିର୍ଦ୍ଧେଶ କ୍ରମେ ଗ୍ରାମ୍ୟ ନ୍ୟାୟାଳୟ ର ନ୍ୟାୟାଧୀଶ ଏବେ ପ୍ରତି ପଞ୍ଚାୟତକୁ ଯାଇ କେସ ଗୁଡିଏ ଶୁଣାଣି କରାଉଛନ୍ତି l ଲୋକଙ୍କ ଯାତାୟାତର ଅସୁବିଧାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏହି ନିଷ୍ପତି ନେଇଛନ୍ତି l ଯାହାଫଳରେ ବର୍ଷ ବର୍ଷ ଧରି ସ୍ଥଗିତ ରହୁଥିବା କେସ ଗୁଡିକର ବିଚାର ସହଜ ଓ ସୁବିଧାରେ ହୋଇଯାଉଛି l ନିଜ ନିଜର କର୍ମମୟ ଜୀବନରେ ବ୍ୟସ୍ତ କାରଣରୁ କିଛି କେସରେ ଛନ୍ଦୀ ହୋଇଯାଇଥିବା ଲୋକେ ଠିକ ସମୟରେ ଅଦାଲତ ରେ ପହଞ୍ଚିପାରୁ ନ ଥିଲେ l ଫଳରେ ଥରେ ଦୁଇଥର ଏମିତି ଗଲାପରେ ସେମାନଙ୍କ ନାମରେ ୱାରେଣ୍ଟ ବାହାରିଯାଏ l ହାଇକୋର୍ଟ ଙ୍କ ଏଭଳି ପଦକ୍ଷେପ ଦ୍ୱାରା କେସରେ ଛନ୍ଦୀ ହୋଇଯାଇଥିବା ଲୋକେ ନିଜ ପଞ୍ଚାୟତରେ ହେଉଥିବା
ଗ୍ରାମ୍ୟ ନ୍ୟାୟାଳୟକୁ ଆସି ନିଜର କେସକୁ ସୁବିଧାରେ ଶୁଣାଣି କରି କେସର ସମାଧାନ କରିପାରୁଛନ୍ତି l ସୂଚନା ଅନୁସାରେ ହାଇକୋର୍ଟ ଙ୍କ ନିର୍ଦ୍ଧେଶ କ୍ରମେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ଶୁକ୍ରବାର ଦିନ ପଟିଗୁଡା ପଞ୍ଚାୟତ କାର୍ଯାଳୟରେ ଗ୍ରାମ୍ୟ ନ୍ୟାୟାଳୟ ଅନୁଷ୍ଠିତ କରିଥିଲେ l ଯେପରି ଅଫିସ ନ୍ୟାୟାଳୟରେ ଶୁଣାଣି ହୋଇଥାଏ, ଠିକ ସେମିତି ପଞ୍ଚାୟତ ରେ ଶୁଣାଣି ହୋଇଥିଲା l ଏହି ଶୁଣାଣି ରେ ୩ ଗୋଟି କେଶକୁ ସମାପ୍ତ କରିଥିଲେ ନ୍ୟାୟାଧୀଶ, ଓ ଅନେକ ଗୁଡ଼ାଏ କେସର ପ୍ରାୟ ୪୦ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ l ଉକ୍ତ ଗ୍ରାମ୍ୟ ନ୍ୟାୟାଳୟରେ ନ୍ୟାୟାଧୀଶଙ୍କ ସମେତ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ଙ୍କ ତତ୍ୱାଧନରେରେ ସରକାରୀ ଓକିଲ ଦୀପକ କୁମାର ସେଠୀ ଓ ସତ୍ୟନାରାୟଣ ରଥ ମାମଲା ପରିଚାଳନା କରିଥିବାବେଳେ ବରିଷ୍ଠ ଓକିଲ ରସାନନ୍ଦ ରାଉତ,ସୁରେଶ ଚନ୍ଦ୍ର ସାହୁ, ଚନ୍ଦ୍ରଧ୍ୱଜ ସିଂ , ପ୍ରଦୀପ କୁମାର ନାୟକ,ଗିରିଜା ନନ୍ଦନ ମେକାପ,ରବୀନ୍ଦ୍ର କୁମାର ବେହେରା,କିଶୋର ଚନ୍ଦ୍ର ଗୌଡ,ବିଜୟ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ଡାକୁଆ,ସଂଜୟ କୁମାର ପଣ୍ଡା,ପ୍ରଶାନ୍ତ କୁମାର ବରାଡ଼ ସହଯୋଗ କରିଥିଲେ ,ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ର ମୁଖ୍ୟ କିରଣୀ ଅର୍ଚ୍ଚନା ସାହୁ, କୋର୍ଟ କର୍ମଚାରୀ ମୁକ୍ତିକାନ୍ତ ବେହେରା, ପ୍ରଜ୍ଞା ଲିମା ବରୀସଲ,ସନ୍ତୋଷ କୁମାର ରାଉତ, ବାସୁଦେବ ମହାଙ୍କୁଡ, ଶୁଭଦ୍ରା ପ୍ରଧାନ ଙ୍କ ସମେତ ସରପଞ୍ଚ ସିମାଞ୍ଚଳ ଗୌଡ଼, ପୋଡାମାରି ସରପଞ୍ଚ ସନ୍ତୋଷ ବିଷୋୟୀ ଏବଂ ଗ୍ରାମର ଯୁବକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କୁ ସୂଚାରୁ ରୂପେ ପରିଚାଳିତ କରି ଥିଲେ |
(ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ନିଉସ୍ ଉପାନ୍ତ ଓଡିଶା)