April 26, 2026

ପୁଡ଼ାମାରି ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ….

oomi
Share


ଗଞ୍ଜାମ ଜିଲ୍ଲାର ପୁଡ଼ାମାରି ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆଡମ୍ବର ସହ ପାଳନ ହୋଇଛି। ଏହି କାର୍ଯ୍ୟକ୍ରମରେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ମୁଖ୍ୟବକ୍ତା ଭାବେ ଡ. ଲମ୍ବୋଦର ପାଣିଗ୍ରାହି, ସ୍ଥାନୀୟ ବିଦ୍ୟାଳୟ ଅଧ୍ୟକ୍ଷ ଇ. ପ୍ରଦୀପ କୁମାର ପାତ୍ର, ସମ୍ମାନନୀୟ ଅତିଥି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ବିଜୟ ପ୍ରଧାନ, ସନ୍ତୋଷ କୁମାର ବିଷୋୟୀ ପ୍ରମୁଖ ଅତିଥି ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ନୋଡାଲ ଅଧିକାରୀ ପ୍ରଭୁଦତ ବ୍ରହ୍ମା, ଦୁର୍ଯ୍ୟଧନ ଜେନା,ରାମ ସ୍ୱରୂପ ପାଣିଗ୍ରାହି, ଅଶୋକ କୁମାର ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହା ସହ ସ୍ଥାନୀୟ ଛାତ୍ର ଛାତ୍ରୀ ଆନନ୍ଦର ସହ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।