November 25, 2024

ଗଜପତି ଉତ୍ସବର ଦ୍ଵିତୀୟ ଦିନ ପ୍ରବଳ ଜନସମାଗମ ମନ ମୋହୁଛି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ

Share

ପାରଳାଖେମୁଣ୍ଡି:ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଗଜପତି ଜିଲ୍ଲାର କଳା, ସଂସ୍କୃତି, ଐତିହ୍ୟ ଓ ସମୃଦ୍ଧ ପରମ୍ପରାର ସମାରୋହ ଗଜପତି ଉତ୍ସବ ଓ ପରିଶ୍ରୀ ମେଳା ଆଜି ଦ୍ଵିତୀୟ ରଜନୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କ ମନମୋହିଛି I ଦ୍ଵିତୀୟ ସନ୍ଧ୍ୟାରେ ୧୪ରୁ ଅଧିକ ଦଳ ନୃତ୍ୟ ଗୀତ ପରିବେଷଣ କରିଥିଲେ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାର ଏବଂ ଜିଲ୍ଲାର କଳାକାର ଅଂଶଗ୍ରହଣ କରିଥିଲେ | ନୂଆଗଡ଼ ଏବଂ ମୋହନାର ଲୋକ ନୃତ୍ୟ, କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନୃତ୍ୟ, ସର୍ଗିଫୁଲରେ ବିଜୟତା ହାସଲ କରିଥିବା ଦଳ, ବନ୍ଦେମାତରଂ ନୃତ୍ୟ ଦଳ, ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର, ଜିଲ୍ଲା ପ୍ରଶାସନର ଦ୍ବାରା ପ୍ରାୟୋଜିତ ମିରାକଲ ଡ୍ୟାନ୍ସ ଗ୍ରୁପ, ସୁରଭି ବିଜୟତା ଦଳ ସହ କୋରାପୁଟର ଢେମସା, ମାଲକାନାଗିରିର
ବୋଣ୍ଡା ନୃତ୍ୟ ସାଙ୍ଗକୁ ଉତ୍ତର ପ୍ରଦେଶର ମୟୁର ଡ୍ୟାନ୍ସ, ଆସାମର ବିହୁ ଏବଂ ପଶ୍ଚିମ ବଙ୍ଗର ପୁରଲିଆ ଛଉ ନୃତ୍ୟ ଆଦି ଆକର୍ଷଣୀୟ ହୋଇଥିଲା । ଏହି ନୃତ୍ୟଗୀତଉପସ୍ଥିତ ହଜାର ହଜାର ଦର୍ଶକଙ୍କ ମନ ମୋହିଥିଲା। ଶୀତ କାକରରେ ମଧ୍ଯ ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ I ବିଶେଷ କରି ଗ୍ରୁପ ଡ୍ୟାନ୍ସ ତଥାଲୋକ ନୃତ୍ୟ ବେଶ ଆକର୍ଷଣ ଓ ଶବ୍ଦଧନୀରେ ପ୍ରକମ୍ପିତ ହୋଇଥିଲା। ସେହିପରି ପଲ୍ଲିଶ୍ରୀ ମେଳା ନିମନ୍ତେ ଖୋଲାଯାଇଥିବା ବିଭିନ୍ନ ଷ୍ଟଲରେ ବିକ୍ରିବଟା ହେଉଥିବା ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ଗୁଡିକୁ କ୍ରୟ କରିବା ତଥା ଦେଖୁବା ନିମନ୍ତେ ପ୍ରବଳ ଭିଡ ଜମିଥିଲା I ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବରୁ ପ୍ରଥମେ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏଥିରେ ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ଯକ୍ଷ ସ୍ମୃତି ରଞ୍ଜନ ପ୍ରଧାନ ସଭ |ପତିତ୍ବ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସ, ଗୁମ୍ମା ବ୍ଳକ ଅଧ୍ୟକ୍ଷା ସୁନେମି ରଇତ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାୟାମ୍ମା, ରାୟଗଡ଼ ବ୍ଲକ ଅଧ୍ଯକ୍ଷ ପୂର୍ଣ୍ଣବାସୀ ନାୟକ, କାଶୀନଗର ଏନ୍‌ଏସି ଅଧ୍ଯକ୍ଷା ଏମ୍ ସୁଧାରାଣୀ ପ୍ରମୁଖ ମଞ୍ଚାସୀନ ଥିଲେ | ଗଜପତି ଜିଲ୍ଲାର କଳା, ସଂସ୍କୃତି, ଶିକ୍ଷା, କୃଷି ଆଦି ଅବଦାନକୁ ନେଇ ଅତିଥି ବକ୍ତବ୍ୟ ରଖିଥିଲେ ।(ଗରୁଡ ଧ୍ଵଜ ଚୌଧୁରୀ)