September 21, 2024

ଅଗ୍ନିକାଣ୍ଡ ରେ ୨ଗାଈ ୪ଛେଳି ଦଗ୍ଧ ଆପତ୍ତି ରେ ପହଞ୍ଚିଲେ ତହସିଲଦାର

Share

ଅସ୍ତରଙ୍ଗ,ଅସ୍ତରଙ୍ଗ ବ୍ଲକ ସୁନ୍ଦର ଗ୍ରାମ ରେ ୧୮ତାରିଖ ବିଳମ୍ବିତ ରାତିରେ ହେଇଛି ଭୟାଭୟ ଅଗ୍ନିକାଣ୍ଡ ।

ଏହି ଅଗ୍ନିକାଣ୍ଡ ରେ ଉକ୍ତ ଗ୍ରାମ ର ବିଜୟ ନାୟକ ଙ୍କ ଗୁହାଳ ଟି ସମ୍ପୂର୍ଣ୍ଣ ରୂପେ ଜଳିପୋଡି ଧୂଳିସାତ ହେଇଯାଇଛି । ଅଗ୍ନିକାଣ୍ଡ ର କାରଣ ବର୍ତ୍ତମାନ ସୁଧା ସମ୍ପୂର୍ଣ୍ଣ ଅସ୍ପଷ୍ଟ । ସୂଚନା ମୁତାବକ ବିଜୟ ଙ୍କ ଗୁହାଳ ଘର ନିକଟରେ ଏକ କୁଟାଗଦା ଥିଲା, ଏହି ଗଦା ରେ କୌଣସି ପ୍ରକାରେ ଅଗ୍ନି ଲାଗିଥିଲା, ଆଉ ଚାହୁଁ ଚାହୁଁ ନିକଟରେ ତାଙ୍କ ଗୁହାଳ ଘରେ ଅଗ୍ନି ଲାଗିଯାଇ ଥିବାର ଅନୁମାନ କରା ଯାଉଅଛି । ଅଗ୍ନିକାଣ୍ଡ କୁ ଦେଖି ପଡିଶା ଘର ବିଜୟ ଙ୍କୁ ଡାକିଥିଲେ । ଗ୍ରାମବାସୀ ମାନେ ନିଆଁ କୁ ଲିଭାଇ ଵା ପାଇଁ ସବୁ ଉଦ୍ୟମ କରିଥିଲେ ମଧ୍ୟ କିନ୍ତୁ ଆୟତ୍ତ କରିବାରେ ବିଫଳ ହୋଇଥିଲେ । ପରିଶେଷରେ ଦମକଳ ବାହିନୀ କୁ ଖବର ଦିଆଯାଇଥିଲା । ସ୍ଥାନୀୟ ଦମକଳ ବାହିନୀ ପହଞ୍ଚି ସମ୍ପୂର୍ଣ୍ଣ ନିଆଁ କୁ ଆୟତ୍ତ କରିଥିଲେ । ଦୁର୍ଭାଗ୍ୟ ର କଥା ଏହି ଘଟଣା ରେ ବିଜୟ ଙ୍କର ଏକ ଗାଈ, ଏକ ବାଛୁରୀ ସମେତ ଚାରୋଟି ଛେଳି ଜୀବନ୍ତ ଦଗ୍ଧ ହୋଇଥିବାର ଦେଖିବାକୁ ମିଳି ଥିଲା ।, ଖବର ଟିକୁ ବିଜୟ ନାୟକ ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର ଉପଦେଷ୍ଟା ଶରତ ପରିଡା ଙ୍କୁ ଜଣାଇଥିଲେ, ଉପଦେଷ୍ଟା ଙ୍କ ନିକଟରୁ ଖବର ପାଇ ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର କର୍ମକର୍ତ୍ତା ସ୍ଥାନୀୟ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି ଙ୍କୁ ଜଣାଇବା ସହ,ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ଙ୍କୁ ସୂଚନା ଦେଇଥିଲେ । ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର ସୂଚନା ପାଇ ଅସ୍ତରଙ୍ଗ ତହସିଲଦାର, ଅତିରିକ୍ତ ତହସିଲଦାର ପ୍ରଭୁ ପଣ୍ଡା,ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ. ରାଜେଶ ମହାପାତ୍ର ଘଟଣା ସ୍ଥଳ ରେ ପହଞ୍ଚିଥିଲେ । ବିଜୟ ନାୟକ ଙ୍କ ଘଟଣା ର ସ୍ଥିତି ସମୀକ୍ଷା କରିବା ସହ ସଙ୍ଗେ ସଙ୍ଗେ ଏକ ଜରିପାଲ ମଧ୍ୟ ଯୋଗାଇଥିଲେ । ଏହି ସମୟ ରେ ପୁରୀ ଜିଲ୍ଲାପରିଷଦ ଉପାଧକ୍ଷ ସ୍ୱାଧୀନ କୁମାର ନାୟକ, ସରପଞ୍ଚ ଯଶୋବନ୍ତ ନାୟକ ପହଞ୍ଚି କିପରି ବିଜୟ ନାୟକ ଙ୍କୁ ଆର୍ଥିକ ସହାୟତା ମିଳିବ ସେ ବାବଦରେ ଆଲୋଚନା କରିଥିଲେ । ପରିଶେଷରେ ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି ବିଜୟ ଙ୍କ ସହାୟତା ପାଇଁ ସମ୍ପୂର୍ଣ୍ଣ ସାହାଯ୍ୟ କରିବାକୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି l