April 25, 2026

+୨ ଛାତ୍ରଛାତ୍ରୀଙ୍କ ଦ୍ଵାରା ସଡକ ସୁରକ୍ଷା, ପ୍ଲାଷ୍ଟିକ୍  ମୁକ୍ତ ଓ ସୁସ୍ଥ ଜୀବନ ଶୈଳୀ ସମ୍ପର୍କେ ଜନସଚେତନତା ଶୋଭାଯାତ୍ରା, ମନ୍ଦିରରେ ସଫେଇ କାର୍ଯ୍ୟକ୍ରମ

kuhiyo
Share

ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ “ନୂତନ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଅବସରରେ ସଡକ ସୁରକ୍ଷା ଏବଂ ପ୍ଲାଷ୍ଟିକ ମୁକ୍ତ ସମ୍ପର୍କରେ ଏକ ବିରାଟ ସଚେତନତା ଶୋଭାଯାତ୍ରା ବୁଗୁଡ଼ାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନୂଆଁ ବସଷ୍ଟାଣ୍ଡ ପରିସରରେ ପିପୁଲ୍ସ କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଏକ ସଭାକାର୍ଯ୍ଯରେ ଅତିଥି ଭାବେ ଥାନା ଏସ୍ଆଇ ବିଦ୍ଯାଧର ବିଧାର , ମିଡିଆ କ୍ଲବ ଉପଦେଷ୍ଟା କାଳୀ ଚରଣ ଦାଶ ଓ ଏନସିସିର ପରିମଳ ପର୍ଯ୍ଯବେକ୍ଷକ ବିନୋଦ କୁମାର ସ୍ବାଇଁ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏ ଅବସରରେ ଏନସିସି ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସଡକ ସୁରକ୍ଷା ସମ୍ପର୍କିତ ଏକ ସଚେତନତା ମୂଳକ ପଥପ୍ରାନ୍ତ ନାଟକ ପରିବେଷଣ କରାଯିବା ସାଙ୍ଗକୁ ବସଷ୍ଟାଣ୍ଡ ପରିସରରେ ଏଣେ ତେଣେ ପଡିଥିବା ପ୍ଲାଷ୍ଟିକ ଓ ପଲିଥିନକୁ ସଂଗ୍ରହ କରାଯାଇଥିଲା । ଏଥି ସହ ଶହ ଶହ ଛାତ୍ରଛାତ୍ରୀ ସେଠାରୁ ସାଇକେଲରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ମୁଖ୍ୟ ସଡକ ପରିକ୍ରମା ପୂର୍ବକ ଜନସଚେତନତା ସୃଷ୍ଟି ସାଙ୍ଗକୁ ନିକଟସ୍ଥ କତକଲା ଗ୍ରାମରେ ସୁସ୍ଥ ଜୀବନ ଶୈଳୀ ସମ୍ପର୍କେ ଜନସଚେତନତା ଶୋଭାଯାତ୍ରା କରିବା ପରେ କୁବେରେଶ୍ବର ମନ୍ଦିରରେ ପହଞ୍ଚି ସେଠାକାର ପରିବେଶକୁ ସଫେଇ କରିଥିଲେ । ସେଠାରେ ପୁନଶ୍ଚ ଅଧ୍ଯକ୍ଷ ହରିକୃଷ୍ଣ ନାୟକଙ୍କ ସଭାପତିତ୍ବରେ ଏକ ସଭାକାର୍ଯ୍ଯ ଅନୁଷ୍ଠିତ ହୋଇଥିଲା ଏବଂ ସେଥିରେ ଅତିଥି ଭାବେ କଲେଜ ପରିଚାଳନା ସମିତି ସଭାପତି ରଜନୀ କାନ୍ତ ଭଟ୍ଟ ଯୋଗଦାନ କରି ସ୍ବଚ୍ଛତା ରକ୍ଷା ଦିଗରେ ମାର୍ଗ ଦର୍ଶନ କରିଥିଲେ । ଏ ଅବସରରେ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ନୋଡାଲ ଅଫିସର ଅଧ୍ଯାପକ ମନୋଜ କୁମାର ଦାସଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ମେଗା କାର୍ଯ୍ୟକ୍ରମକୁ ଏନସିସି ଲେଫ୍ଟନାଣ୍ଟ ଅଧ୍ଯାପକ ଅଜୟ କୁମାର ସାହୁଙ୍କ ସମେତ ଅଧ୍ଯାପକ ବିଜେନ୍ଦ୍ର କୁମାର ଆଚାର୍ଯ୍ୟ ଓ ଦିଲ୍ଲୀପ କୁମାର ସାହୁ ଏବଂ ଅଧ୍ଯାପିକା ଅନୀତା ଦେବୀ ଓ ଶୁଭସ୍ମିତା ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।