April 26, 2026

ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

tffyyu
Share

ବେଲଗୁଣ୍ଠା 19/12, ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଅଳକା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ମୁନିଗାଡ଼ି ସରପଞ୍ଚ ସବିତା ସ୍ୱାଇଁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କେନ୍ଦୁପଦର ପ୍ରଗତି ବିଦ୍ୟାପୀଠର ଅବସରପ୍ରାପ୍ତ ଶିକ୍ଷକ ଜୟରାମ ସ୍ଵାଇଁ, ସମ୍ମାନୀତ ଅତିଥି ରୂପେ ସିଆରସିସି ନିରଞ୍ଜନ ପରିଡ଼ା,ସମିତିସଭ୍ୟା ପ୍ରତିନିଧି ମାନସ କୁମାର ବିଷୋୟୀ, ନାଏବ ସରପଞ୍ଚ ଲକ୍ଷ୍ମୀ ପ୍ରଧାନ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ସାବତ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହିତ କଳା, କ୍ରୀଡ଼ା ଆଦିରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ I ଏହି ଅବସରରେ ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରୀ ଭାବେ ସୋନାଲି ପ୍ରଧାନଙ୍କୁ ପଂଚାୟତ ତରଫରୁ ଏଗାର ଶହ ଟଙ୍କାର ଏକ ଚେକ୍ ପ୍ରଦାନ କରି ସରପଞ୍ଚ ଶ୍ରୀମତୀ ସ୍ୱାଇଁ ପୁରସ୍କୃତ କରିଥିଲେ I ଶିକ୍ଷକ ପ୍ରଭାକର ବିଷୋୟୀ ଏବଂ ପ୍ରଭାତ କୁମାର ମିଶ୍ର ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଯାଜ୍ଞସେନୀ ପ୍ରଧାନ,ପୂଜାରାଣୀ ପ୍ରଧାନ ଏବଂ ଗୀତାଞ୍ଜଳି ଦାସ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ସିଆରସିସି ନିରଞ୍ଜନ ପରିଡ଼ା କାର୍ଯ୍ୟକ୍ରମକୁ ତଦାରଖ କରିଥିବା ବେଳେ ପ୍ରଭାତ କୁମାର ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ I

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ