ବାଦପୁର ଆଦର୍ଶ ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ
ପାତ୍ରପୁର ବ୍ଲକ ଅନ୍ତର୍ଗତ ବାଦପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ ଶନିବାର ପାତ୍ରପୁର ବିଡ଼ିଓ ତଥା ବିଦ୍ୟାଳୟ କମିଟିର ଉପସଭାପତି ପ୍ରକାଶ କୁମାର ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ମାଧ୍ୟମିକ ପରିଷଦର ଉପ -ନିର୍ଦ୍ଦେଶକ କୁଳମଣି ଓଝା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପାତ୍ରପୁର ତହସିଲଦାର ଅମିତ କୁମାର ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଜଣେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅଧ୍ୟାପିକା ଡ଼. ସୁନନ୍ଦା ତ୍ରିପାଠୀ, ଶ୍ରୀଭରତପତି ମହାବିଦ୍ୟାଳୟ ଅଧ୍ୟକ୍ଷ ମାନସ ରଞ୍ଜନ ଆଚାର୍ଯ୍ୟ,ଓଏଏସ ପ୍ରବେଶିକା ତୃପ୍ତିମୟୀ ଜେନା ଓ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଶର୍ମିଳା ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ । ବିଭିନ୍ନ ପ୍ରତିଯୋଗିତାର ଏବଂ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବର୍ଗରେ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା । ସକାଭାର୍ଯ୍ୟକୁ ସଂସ୍କୃତ ଶିକ୍ଷକ ଆଦିତ୍ୟ ରାୟ ଏବଂ ଇଂରାଜୀ ଶିକ୍ଷକ ଗିରିଜା ଶଙ୍କର ମହାରଣା ପରିଚାଳନା କରିଥିଲେ । ବାର୍ଷିକ ଉତ୍ସବ ପାଇଁ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରାଜଗୋପାଳ ପାଢ଼ୀଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ନାଟକ”ଶାପିତ ପୁତ୍ର” ମଂଚସ୍ଥ ହୋଇ ବେଶ ଦର୍ଶକାଦୃତ ହୋଇଥିଲା । ନାଟକରେ ଅରୁଣ ସାହୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ମାଧବ ବାଡ଼ତ୍ୟା ,ସୁଶାନ୍ତ ପାଣିଗ୍ରାହୀ, ଗୋପାଳକୃଷ୍ଣ ପଣ୍ଡା ଓ ଦେବରାଜ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ । ନାଟକରେ ସୁବାସୀଷ,ରାକେଶ,ତୃପ୍ତି,ସୁହାନା,ରାଜକୁମାରୀ, ସଂଜନା, ଶ୍ରୀମାନୀ ପ୍ରମୁଖ ଅଭିନୟ କରିଥିଲେ । ନାଟ୍ୟକାର ରାଜଗୋପାଳ ପାଢ଼ୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ବାର୍ଷିକଉତ୍ସବ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ରିତ ଚିତ୍ରକଳା ପ୍ରଦର୍ଶନୀ ବେଶ ଆକର୍ଷଣୀୟ ହୋଇଥିଲା । ବାଦପୁର ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ , କର୍ମଚାରୀ,ଅଭିଭାବକ ଓ ବିଦ୍ୟାଳୟ ବିକାଶ କମିଟି ମିଳିତ ଭାବେ କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ ।