September 21, 2024

୧୧ ଫୁଟିଆ ଅହିରାଜ ସାପ ଉଦ୍ଧାର

Share

୧୧ ଫୁଟିଆ ଅହିରାଜ ସାପ ଉଦ୍ଧାର
ବୁଗୁଡ଼ା : ତା ୧୩/୧୨/୨୩ : ବୁଗୁଡ଼ା ବ୍ଲକ ଭଗବାନପୁର ପଞ୍ଚାୟତ ଅନ୍ତର୍ଗତ ପାଣିକେଶର ଗ୍ରାମରୁ ଏକ ୧୧ ଫୁଟିଆ ଅହିରାଜ ସାପ ଉଦ୍ଧାର ହୋଇଥିବା ଜଣାଯାଇଛି । ପ୍ରକାଶ ଯେ , ଆଜି ଅପରାହ୍ନରେ ପାଣିକେଶର ଗ୍ରାମର ଶତ୍ରୁଘନ ସ୍ବାଇଁଙ୍କ ଖଳାରେ ଥିବା ଧାନଗଦା ମଧ୍ୟରେ ଅହିରାଜଟି ଏକ ନାଗସାପକୁ ଗିଳୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏଥିରେ ଶତ୍ରୁଘ୍ନ ଭୟଭୀତ ହୋଇ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ଯ ହରିଶ୍ ପାଢୀଙ୍କୁ ଡକାଇ ଥିଲେ । ସେ ଘଟଣା ସ୍ଥଳରେ ପହଞ୍ଚି କୌଶଳରେ ଅହିରାଜଟିକୁ ସେଠାରୁ ଉଦ୍ଧାର କରିଥିଲେ ଏବଂ ପରେ ତାହାକୁ ନିକଟସ୍ଥ ଜଙ୍ଗଲରେ ଛଡା ଯାଇଥିଲା ।