September 13, 2026

ପିପୁଲ୍ସ କଲେଜରେ ‘#ନୂଆ-ଓ ‘ କାର୍ଯ୍ୟକ୍ରମର ଶୁଭାରମ୍ଭ

IMG-20231213-WA0039
Share

ପିପୁଲ୍ସ କଲେଜରେ ‘#ନୂଆ-ଓ ‘ କାର୍ଯ୍ୟକ୍ରମର ଶୁଭାରମ୍ଭ
ବୁଗୁଡ଼ା : ତା ୧୩/୧୨/୨୩ : ସ୍ଥାନୀୟ ପିପୁଲ୍ସ କଲେଜ ପକ୍ଷରୁ ସ୍ବପରିସରରେ ଆଜି ‘#ନୂଆ-ଓ ‘ ତଥା ‘ଯୁବ ଓଡିଶା ନବୀନ ଓଡିଶା “କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହାର ଉଦଘାଟନୀ ଉତ୍ସବ କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଉଦଘାଟକ ତଥା ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ , ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ , କଲେଜ ପରିଚାଳନା ସମିତି ସଭାପତି ରଜନୀ କାନ୍ତ ଭଟ୍ଟ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ +୩ର ନୋଡାଲ ଅଫିସର ଅଧ୍ଯାପକ ପ୍ରଦୀପ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ +୨ର ନୋଡାଲ ଅଫିସର ଅଧ୍ଯାପକ ମନୋଜ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଉଦଘାଟନୀ ଦିବସରେ +୨ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚେସ୍ , କ୍ଯାରମ୍ , କ୍ରିକେଟ୍ , ଡିସକସ୍ ଥ୍ରୋ , ସଟପୁଟ୍ ଥ୍ରୋ ଆଦି ପ୍ରତିଯୋଗିତା ଏବଂ +୩ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଙ୍ଗୀତ ଓ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ତେବେ ଉକ୍ତ ୧୦ ଦିନିଆ କାର୍ଯ୍ୟକ୍ରମ ଅବସରରେ +୨ ଛାତ୍ରଛାତ୍ରୀଙ୍କ ପାଇଁ ୫୮ଟି ଏବଂ +୩ ଛାତ୍ରଛାତ୍ରୀଙ୍କ ପାଇଁ ୪୧ଟି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରକାଶ ପାଇଛି ।

You may have missed