September 21, 2024

ବନ୍ଧୁଗାଁରେ ଏଡ଼ସ ଦିବସରେ ସଚେତନ ରାଲି —–

Share


କୋରାପୁଟ (ଆ.ପ୍ର) ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ରେଡକ୍ରସ ଆନୁକୂଲ୍ୟରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଯାଇଛି । ଯୁବ
ରେଡକ୍ରସ ର ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଶୋଭାଯାତ୍ରା ବିଦ୍ୟାଳୟ ଠାରୁ ଆରମ୍ଭ କରି ବନ୍ଧୁଗାଁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ରାଲି କରଯାଇ ଜନସାଧାରଣଙ୍କୁ ଏଡସ୍ ର କାରଣ ଏବଂ ଭୟାବହତା ଉପରେ ସଚେତନତା କରାଯାଇଥିଲା । ପରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ଏକ ସଭା ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ସେଠି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସନ୍ନମାନୀୟ ଅତିଥି ଭାବରେ ବନ୍ଧୁଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତି ଲଷ୍ମୀ କାଡ୍ରାକା ଓ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ମଧୁସୁଦନ ବଡ଼ନାୟକ,ଅନ୍ଯାନ୍ଯ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିବା ସହ ସ୍ବେଚ୍ଛାସେବୀଙ୍କୁ ଏଡସ୍ ସମ୍ବନ୍ଧୀୟ ସଚେତନତା କରାଇଥିଲେ । ଏଡସ୍ ରୋଗର ଭୟାବହତା, କାରଣ ଏବଂ ନିରାକରଣ ଉପରେ ଆଲୋକପାତ କରି ସ୍ବେଚ୍ଛାସେବୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମ କୁ ରେଡକ୍ରସ୍ ଦ୍ୱାରା ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଙ୍କ ସହଯୋଗ ଦ୍ୱାରା ସୁପରିଚାଳନା ହୋଇଥିବା ବେଳେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।