April 29, 2026

ଉଦଯାପିତ ହେଲା ୩୪ତମ କୋଣାର୍କ ମହୋତ୍ସବ —-

ab626f1a-1021-4bbe-9e3c-5ebc68ff2f9c
Share


ଅସ୍ତରଙ୍ଗ ଡିସେମ୍ବର ୧ ଠାରୁ ୫ତାରିଖ ପର୍ଯ୍ୟନ୍ତ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଆରମ୍ଭ ହୋଇଥିବା କୋଣାର୍କ ମହୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଉଦଯାପନ ହୋଇଛି । ମଙ୍ଗଳବାର ଶୀତୁଆ ସନ୍ଧ୍ୟାର ଉଦଘାଟକ ଭାବେ ଅତିଥି ଥିଲେ ରାଜ୍ୟ ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଲେଲିନ ମହାନ୍ତି ଓ ଦକ୍ଷିଣ ପୂର୍ବ ରେଳବାଇର ପୂର୍ବତନ ମହା ପ୍ରବନ୍ଧକ ମନୋଜ ଶର୍ମା । ପ୍ରାରମ୍ଭରେ ଭୁବନେଶ୍ୱରର ଗୀତ ଗୋବିନ୍ଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଦ୍ଵିତୀୟ ପର୍ଯ୍ୟାୟରେ କୋଲକତାର ପ୍ରେରଣା ଅନୁଷ୍ଠାନ ତରଫରୁ କଥକ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଦୁଇଟି ଗ୍ରୁପର ନୃତ୍ୟ ପରିବେଷଣ ମୁକ୍ତାକାଶ ରଙ୍ଗମଞ୍ଚ ରେ ଉପସ୍ଥିତ ଥିବା ଦର୍ଶକଙ୍କୁ ବିଶେଷ ଭାବେ ବିମୋହିତ କରିଥିଲା।ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବକୁ ପ୍ରଥମ ଦିବସରେ ପ୍ରଦୀପ ପ୍ରଯୋଳନ କରି ଶୁଭାରମ୍ଭ କରିଥିଲେ ରାଜ୍ୟ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ଓ କ୍ରୀଡା ଯୁବସେବା ମନ୍ତ୍ରୀ ତୁଷାର କାନ୍ତି ବେହେରା।ଏହିସବୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ମୃତ୍ୟୁଞ୍ଜୟ ମହାପାତ୍ର ଓ ସଂହତି ପାଣୀ ।

You may have missed