September 21, 2024

ଗଜପତି:- ସୁନେତ୍ର ଯୋଜନା’ରେ ବିଦ୍ୟାଳୟ ସ୍ତରୀୟ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ।

Share

ଗଜପତି:- ସୁନେତ୍ର ଯୋଜନା’ରେ ବିଦ୍ୟାଳୟ ସ୍ତରୀୟ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ।
———————————————-ପାରଳାଖେମୁଣ୍ଡି ସ୍ଥିତ ମହାରାଜା’ଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସର’ରେ ସୁ-ନେତ୍ର ଯୋଜନା ଅନ୍ତର୍ଗତ’ରେ ବିଦ୍ୟାଳୟ ସ୍ତରୀୟ ପିଲା’ଙ୍କ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଗଜପତି ଜିଲ୍ଲା’ର ଗୋଷାଣୀ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ପକ୍ଷ’ରୁ ଗୁରାଣ୍ଡୀ ସ୍ଥିତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସହଯୋଗ’ରେ ଅନୁଷ୍ଠିତ ହୋଇଯାଇଛି। ।
ଏହି କାର୍ଯ୍ୟକ୍ରମ’ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ପ୍ରଦୀପ କୁମାର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ’କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ’ରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଏନ: ବିମଲ , ବିଆରସି: ସବିତା ରଥ , ଗୁରାଣ୍ଡି- ଗୋଷ୍ଠୀ ଚିକିତ୍ସାଧିକାରୀ ଡାଃ ପତିତପାବନ ବାରୀକ ଓ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ ଏବଂ ବିଦ୍ୟାଳୟ’ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ୱାଇ: ଧର୍ମାରାଓ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ।
ମଞ୍ଚାସିନ ଅତିଥି ମାନେ ମୁଖ୍ୟତଃ ଚକ୍ଷୁ’ର ଯତ୍ନ ନେବା ସହ ସନ୍ତୁଳିତ ଓ ଭିଟାମିନ ଯୁକ୍ତ ଖାଦ୍ୟ ଖାଇବା ସହ ମୋବାଇଲ ଅଧିକ ସମୟ ଚାରି ନ ଦେଖିବା ପ୍ରଭୃତି ଉପରେ ଉପାଦେୟ ପରାମର୍ଶ ଦେଇଥିଲେ। ।
ଏହି ଚକ୍ଷୁ ପରୀକ୍ଷା ଶିବିର’ରେ ଗୋଷାଣୀ ବ୍ଲକ’ର ବିଭିନ୍ନ ବିଦ୍ୟାଳୟ’ରୁ ଆସିଥିବା ପ୍ରାୟ ୨୦୦ ଜଣ ଛାତ୍ର ଓ ଛାତ୍ରୀ ମାନଙ୍କ ଚକ୍ଷୁ ପରୀକ୍ଷା କରା ଯାଇ ଔଷଧ ବଣ୍ଟନ କରାଯିବା ସହ ଓ ୬୮ ଜଣ’ଙ୍କୁ ଚଷମା ଦେବା ନିମିତ୍ତ ସ୍ଥିର କରା ଯାଇଥିଲା।
ଏହି କାର୍ଯ୍ୟକ୍ରମ’ରେ ବହୁ ଅଭିଭାବକ ଏବଂ ବିଭିନ୍ନ ବିଦ୍ୟାଳୟ’ରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ’ର ସୁପରିଚାଳନା’ରେ ସହଯୋଗ କରିଥିଲେ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————-